ଓଡିଶା

odisha

ETV Bharat / state

ଜୟପୁରରେ ବଢିଲା ସଟଡାଉନ ଅବଧି - ଜୟପୁର

ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷୟତ୍ରୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ହୋଇଥିବା ଦଳ କୋରାପୁଟ ଜିଲ୍ଲାରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି । ଏନେଇ ଜୟପୁରରେ ସଟଡାଉନ ଅବଧିକୁ 4 ଦିନ ବୃଦ୍ଧି କରାଯାଇଛି ।

shutdown
ଆଜି ମଧ୍ୟରାତ୍ରିରୁ ଜୟପୁରରେ ଚାରି ଦିନିଆ ସଟଡାଉନ ଲାଗୁ

By

Published : Jul 24, 2020, 3:05 PM IST

କୋରାପୁଟ: ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷୟତ୍ରୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ହୋଇଥିବା ଦଳ କୋରାପୁଟ ଜିଲ୍ଲାରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି । ଶନିବାର ଜୟପୁରରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ଜୟପୁର ସହରକୁ ଆସନ୍ତା ଚାରିଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

ଆଜି ମଧ୍ୟରାତ୍ରିରୁ ଜୟପୁରରେ ଚାରି ଦିନିଆ ସଟଡାଉନ ଲାଗୁ

ଶନିବାର କୋରାପୁଟ ଜିଲ୍ଲାରେ 33 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୟପୁର ସହରରେ ହିଁ 10 ଜଣ ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ଆସନ୍ତା ଦୁଇଦିନ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଜୟପୁରରେ ସର୍ଭେ ସମ୍ପାଦନ କରିବା ପାଇଁ ଆଉ ଦୁଇଦିନ ସଟଡାଉନର ଅବଧିକୁ ବୃଦ୍ଧି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରାପୁଟ ସହରରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ରାସ୍ତାକଡର ଗହଳିକୁ ନିୟନ୍ତ୍ରଣ କରିବା ସହ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା ଲଗାଯାଇଛି ।

କୋରୋପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details