ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଧୋଇଗଲା 30 କୋଟିର ସମ୍ପତ୍ତି - କ୍ଷତିଗ୍ରସ୍ତ ହୋଇଛି କୋରାପୁଟ

ଗତ କିଛି ଦିନରେ ବର୍ଷାରେ ବେହାଲ ହୋଇପଡିଛି ଦକ୍ଷିଣ ଓଡ଼ିଶା । କୋରାପୁଟ ଅଞ୍ଚଳରେ ପାଖାପାଖି 30 କୋଟିର ସମ୍ପତ୍ତି ନଷ୍ଟ ହୋଇଥିବା ଜିଲ୍ଲା ଜୁରୁରାକାଳୀନ ଅଧିକାରୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 20, 2019, 6:44 AM IST


କୋରାପୁଟ: ଗତ କିଛି ଦିନର ବର୍ଷାରେ ବେଶ କ୍ଷତିଗ୍ରସ୍ତ ହୋଇଛି କୋରାପୁଟ । 30 କୋଟି ଟଙ୍କାରୁ ଊର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କ୍ଷତି ଗ୍ରସ୍ତ ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିର୍ଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସରକାରଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, 1145ଟି ବେସରକାରୀ ଗୃହକୁ କ୍ଷତି ପହଞ୍ଚିଥିବାବେଳେ 95 ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ।

ସେପଟେ ଅନ୍ୟାନ୍ୟ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରାସ୍ତା, ପୋଲ, ଅଙ୍ଗନବାଡି କେନ୍ଦ୍ର ବିଦ୍ୟାଳୟ ପ୍ରଭୃତି ରହିବା ସହ ଅଗ୍ରାଧିକାର ସୂତ୍ରରେ 19 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର ଇଟିଭି ଭାରତ

ABOUT THE AUTHOR

...view details