ଓଡିଶା

odisha

ETV Bharat / state

ଜଳ ଭଣ୍ଡାରରେ ବୁଡି 3 ଛାତ୍ରଙ୍କ ସଲିଳ ସମାଧି

ଖୁସୀର ମଜା ମସ୍ତିରେ ହଠାତ ଭରିଗଲା ଦୁଃଖର ଦରିଆ । ନିମିଷକେ ମିଳେଇଗଲା ସବୁକିଛି । ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇଥିଲେ କୋଲାବ ଜଳଭଣ୍ଡାର । ଆଉ ଗାଧୋଇଲା ବେଳେ ଗଭୀର ଜଳରେ ବୁଡ଼ି ସଲିଳ ସମାଧି ନେଲେ 3 ଛାତ୍ର । ଆଗକୁ ପଢନ୍ତୁ...

3-youth-dead-in-kolab-dam-koraput
3-youth-dead-in-kolab-dam-koraput

By

Published : Feb 29, 2020, 4:09 PM IST

କୋରାପୁଟ: ଜନ୍ମଦିନ ଉତ୍ସବ ମନାଇବା ସାଜିଲା କାଳ । ପାଞ୍ଚ ଜଣ ସାଙ୍ଗ ଉତ୍ସବ ମନାଇବାକୁ ଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ କୋଲାବ ଜଳଭଣ୍ଡାରରେ ବୁଡିଯାଇଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି ।

କୋରାପୁଟର ଲାଞ୍ଜିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟରେ ବିଏସସି କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ ପାଞ୍ଚଜଣ ଛାତ୍ର । ସେମାନଙ୍କ ମଧ୍ୟରୁ ଜଣକ ଜନ୍ମଦିନ ପାଳନ କରିବା ପାଇଁ କଲେଜ ନିକଟସ୍ଥ ଜଳଭଣ୍ଡାର କୂଳକୁ ଯାଇ ଗାଧୋଉଥିବା ସମୟରେ ଗଭୀର ଜଳ ମଧ୍ୟରେ ବୁଡିଯାଇଥିଲେ ।

ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ କୂଳକୁ ଫେରିଆସିବାରେ ସକ୍ଷମ ହୋଇଥିବା ବେଳେ ତିନିଜଣ ବୁଡିଯାଇ ମୃତ୍ୟୁବରଣ କରିଥିଲେ । ମୃତ ଯୁବକଙ୍କ ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଦୁଇଜଣ କୋରାପୁଟର ଯୁବକ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ତିନୋଟି ଯାକ ମୃତଦେହକୁ ଉଦ୍ଧାର କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିଭି ଭାରତ

ABOUT THE AUTHOR

...view details