ଓଡିଶା

odisha

ETV Bharat / state

ଚୂନମାଟି ତଳେ ଚାପି ହୋଇ 3 ମହିଳା ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

By

Published : Apr 16, 2021, 4:25 PM IST

Updated : Apr 16, 2021, 7:09 PM IST

ଚୂନାମାଟି ଅତଡା ଧସି 3 ମୃତ
ଚୂନାମାଟି ଅତଡା ଧସି 3 ମୃତ

16:20 April 16

ଚୂନମାଟି ତଳେ ଚାପି ହୋଇ 3 ମହିଳା ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚୂନାମାଟି ଅତଡା ଧସି 3 ମୃତ

କୋରାପୁଟ/ଭୁବନେଶ୍ବର: ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପୋଡାଗୁଡା ଗାଁ ନିକଟରେ ଛୋଟ ମାଟି ଗୁମ୍ଫାରୁ ଚୂନମାଟି ଖୋଳୁଥିବାବେଳେ ଅତଡା ଧସି ୩ ଜଣ ମହିଳାଙ୍କ ମୃତ୍ୟୁ । 11 ଜଣ ମହିଳା ମାଟି ଖୋଳୁଥିବାବେଳେ ଧସିଲା ଅତଡା । ଏଥିରେ ଗୁରୁତର ଜଣେ ମହିଳାଙ୍କୁ ପଟ୍ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ପଟ୍ଟାଙ୍ଗୀ ବ୍ଲକ ରାଲ୍ଲେଗଡା ପଞ୍ଚାୟତ ଅନ୍ତର୍ଗତ ମାରିଆଲପାଡୁ ଗ୍ରାମରୁ 11 ଜଣ ଆଦିବାସୀ ମହିଳା ମାଟି ଗୁମ୍ଫାରୁ ଚୂନମାଟି ଖୋଳିବାକୁ ଆସିଥିଲେ । ଚାରି ଜଣ ମହିଳା ଖୋଳୁଥିବା ଗୁମ୍ଫାରୁ ମାଟି ଧସି ପଡିବା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଛି ।  

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତ ମହିଳାଙ୍କ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର ଏବଂ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 16, 2021, 7:09 PM IST

ABOUT THE AUTHOR

...view details