ଓଡିଶା

odisha

3 ନକଲି ମାଓବାଦୀ ଗିରଫ, 7 ମୋବାଇଲ ଜବତ

By

Published : Oct 22, 2019, 2:55 PM IST

ମାଓବାଦୀ ନାଁରେ ଟଙ୍କା ଆଦାୟ ଅଭିଯୋଗ । ଘଟଣାରେ 3 ଜଣ ଯୁବକଙ୍କୁ ଗିରଫ କରିି ସେମାନଙ୍କ ନିକଟରୁ 7ଟି ମୋବାଇଲ ଫୋନ ଜବତ କରିିଛି ନାରାୟଣପାଟଣା ପୋଲିସ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୋରାପୁଟ: ମାଓବାଦୀଙ୍କ ପରିଚୟ ଦେଇ ଠିକାଦାରଙ୍କୁ 25 ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ 3 ଜଣ ଯୁବକଙ୍କୁ ଗିରଫ କରିଛି ନାରାୟଣପାଟଣା ପୋଲିସ । ଗିରଫ 3 ଜଣ ନାରାୟଣପାଟଣା ବ୍ଲକ ଅଞ୍ଚଳର ହୋଇଥିବାବେଳେ ସେମାନଙ୍କ ନିକଟରୁ 7ଟି ମୋବାଇଲ ଜବତ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ ପ୍ରାଦୁର୍ଭାବ ହ୍ରାସ ପାଉଥିବାବେଳେ ସେମାନଙ୍କ ନାଁରେ ଯୁବକମାନେ ଧମକ ଦେଇ ଅର୍ଥ ଉପାର୍ଜନ କରୁଛନ୍ତି । ଯାହା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ସାଜିଛି । ପ୍ରକାଶ ଯେ, ସୋମବାର କୋରାପୁଟ ଜିଲ୍ଲା ପୋଲିସ ଅନୁରୂପ ଭାବେ କାର୍ଯ୍ୟ କରୁଥିବା 3 ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details