ଓଡିଶା

odisha

କୋରାପୁଟରୁ ତିନି ନକଲି ମାଓବାଦୀ ଗିରଫ

By

Published : Oct 21, 2019, 6:26 PM IST

କୋରାପୁଟରୁ ତିନି ନକଲି ମାଓବାଦୀ ଗିରଫ । ଗୋଟିଏ ପିସ୍ତଲ, ଗୁଳି ଓ ଲେଟର ପ୍ୟାଡ ପ୍ରଭୃତି ଜବତ । ନିଜକୁ ମାଓବାଦୀର ପରିଚୟ ଦେଇ ସେମିଳିଗୁଡା, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ଅଞ୍ଚଳରେ ଅନେକ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ ଏମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ ତିନି ନକଲି ମାଓବାଦୀ ଗିରଫ । ଗୋଟିଏ ପିସ୍ତଲ, ଗୁଳି ଓ ଲେଟର ପ୍ୟାଡ ପ୍ରଭୃତି ଜବତ । ନିଜକୁ ମାଓବାଦୀର ପରିଚୟ ଦେଇ ସେମିଳିଗୁଡା, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ଅଞ୍ଚଳରେ ଅନେକ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗରେ ଗିରଫ କଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ଥାନୀୟ ଅଞ୍ଚଳର ଠିକାଦାର, ସରପଞ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ଏମାନେ ଡରାଇ ଧମକାଇ ଟଙ୍କା ନେଉଥିବାବେଳେ ଜଣେ ସରପଞ୍ଚଙ୍କ ଅଭିଯୋଗକ୍ରମେ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା । ସେମିଳିଗୁଡା ଅଞ୍ଚଳରୁ ଗିରଫ ହୋଇଥିବା ଏହି ତିନି ଜଣିଆ ଗ୍ୟାଙ୍ଗ ଫୋନ ଯୋଗେ ଧମକ ଦେଇ ଠିକଣା ଜାଗାରେ ଟଙ୍କା ପହଞ୍ଚାଇବା ପାଇଁ କହୁଥିଲେ ବୋଲି କହିଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାନୁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details