ଓଡିଶା

odisha

By

Published : Dec 13, 2019, 5:34 PM IST

ETV Bharat / state

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଏସଆଇଟିର ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଏସଆଇଟିର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି ।

kunduli rape & murder case
କୁନ୍ଦୁଲି ପୀଡିତା ମାମଲାରେ ଏସଆଇଟିର ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

କୋରାପୁଟ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଏସଆଇଟିର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ପୀଡିତାର ସମ୍ପର୍କୀୟ ଭାଇ ପପୁନ ଖରା ଓ ତାଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରାଯିବା ସହ ତତ୍କାଳୀନ ଚାଇଲ୍ଡ ୱେଲଫେୟାର କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି ।

କୁନ୍ଦୁଲି ପୀଡିତା ମାମଲାରେ ଏସଆଇଟିର ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ, ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲଙ୍କ ଦ୍ବାରା ଗଠିତ ଏସଆଇଟି ଦ୍ବାରା ଆଜି କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

2017 ମସିହାରେ କୁନ୍ଦୁଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ପରବର୍ତ୍ତୀ ସମୟରେ ସେହି ନାବାଳିକା ଆତ୍ମହତ୍ୟା କରିଥିଲା । ଏହାପରେ ସରକାରଙ୍କ ଦ୍ବାରା ବିଭିନ୍ନ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ପୀଡିତାଙ୍କ ପରିବାର ପକ୍ଷରୁ ଏସଆଇଟି ସ୍ଥାନରେ ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ଦାବି କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details