ଓଡିଶା

odisha

ETV Bharat / state

ଜେଲରେ ଅନ୍ତେବାସୀଙ୍କ ଭିତରେ ମୁକ୍ତିର ଭାବ ସୃଷ୍ଟି କରୁଛି ‘ରେଡିଓ ମୁକ୍ତି’, ଦେଖାଉଛି ନୂଆ ଦିଶା - ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ ରେଡିଓ ସୋ

ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ପରିଚାଳିତ ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ର 25ତମ ଅଧ୍ୟାୟ ପ୍ରସାରିତ । ଏହି ଦିନକୁ ଆଡମ୍ବର ସହକାରେ ପାଳିଲେ ଜେଲ କର୍ତ୍ତୃପକ୍ଷ ଓ ଅନ୍ତେବାସୀ । ଅଧିକ ପଢନ୍ତୁ

koraput circle jail
koraput circle jail

By

Published : Aug 13, 2023, 8:12 AM IST

ଦିଶା ଦେଖାଉଛି ନୂଆ ରେଡିଓ ମୁକ୍ତି

କୋରାପୁଟ: ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ପରିଚାଳିତ ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ର 25ତମ ଅଧ୍ୟାୟ ପ୍ରସାରିତ ହୋଇଥିଲା । ଏହି ପ୍ରତିଷ୍ଠାର 25 ତମ ଏପିସୋଡକୁ ଏକ ଉତ୍ସବ ଭଳି ପାଳନ କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ମାସରେ କୋରାପୁଟ ମଣ୍ଡଳ କାରାଗାରରେ ସୁପରିଟେନଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ଓ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କ ପ୍ରେରଣାରେ ଅନ୍ତେବାସୀ ନିଜ ଅନ୍ତରର କଥା ଓ ସାଂସ୍କୃତିକ ଦକ୍ଷତାର ପ୍ରଦର୍ଶନ କରିବା ପାଇଁ ଏକ ଭାଷା ମଞ୍ଚ ପ୍ରସ୍ତୁତ କରିବା ପାଇଁ ଆଗେଇ ଆସିଥିଲେ । ଏହି ମଞ୍ଚରେ ସେମାନେ ଗୀତ ଗାଇବା, ଗପ ପଢିବା, କବିତା ଆବୃତି କରିବା, ହସକଥା କହିବା ଓ ନିଜ ଅନୁଭୂତିକୁ ନିଜ ଭାଷାରେ ବିଭିନ୍ନ ମନଲୋଭା ଅଳଙ୍କାର ଦେଇ ଉପସ୍ଥାପନା ପାଇଁ ପ୍ରୋତ୍ସାହନ କରାଯାଇଥିଲା । ଅନ୍ତେବାସୀ କଳାକାରଙ୍କ ସମେତ ଶ୍ରୋତା ଭାବେ କାରାଗାର ମଧ୍ୟରେ ଥିବା ସମସ୍ତ ଅନ୍ତେବାସୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାରାଗାରର ଚାରିକାନ୍ଥ ମଧ୍ୟରେ ମାନସିକ ସ୍ତରରେ ମୁକ୍ତିର ଆନନ୍ଦ ପାଇଥିବା ଅନ୍ତେବାସୀ କଳାକାର କହିଛନ୍ତି ।

କାରାଗାର ସୁପରିଟେନଡେଣ୍ଟ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି,‘‘ ଜେଲର ଚାରିକାନ୍ଥରୁ ବାହାରି ନିଜ ଭିତରେ ଥିବା ଲୁକ୍କାଇତ କଳାକୁ ସମସ୍ତଙ୍କ ପାଖରେ ପ୍ରଦର୍ଶନ କରିବା ପାଇଁ ଅନ୍ତେବାସୀଙ୍କ ପ୍ରେତ୍ସାହିତ କରାଯାଇଥିଲା । ଏପରି ଏକ ଅଭିନବ ମଞ୍ଚରେ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମକୁ କେବଳ ଜେଲର ଚାରି କାନ୍ଥ ମଧ୍ୟରେ ସୀମିତ ନରଖି ଅନ୍ତେବାସୀ କଳାକାର ଏହାକୁ ଇଣ୍ଟନେର୍ଟ ମାଧ୍ୟମରେ କାରାଗାର ବାହାରେ ଥିବା ଶ୍ରୋତାଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଅନୁଭବ କରିଥିଲେ । ଯାହା ପରେ ରେଡିଓ ମୁକ୍ତିର ଜନ୍ମ ହୋଇଥିଲା । ଗତକାଲି ଏହା ସଫଳତାର ସହ 25 ତମ ଅଧ୍ୟାୟ ପୂର୍ତ୍ତି କରିଛି ।

ଅଧିକ ପଢନ୍ତୁ: ଜେଲ ଚାରିକାନ୍ଥ ଭିତରୁ ବାହାରିଲା ପ୍ରତିଭା, ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ ଜେଲ ଅନ୍ତେବାସୀ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାରାଗାର ମଧ୍ୟରେ ଅନ୍ତେବାସୀଙ୍କ ମାନସିକ ପରିବର୍ତ୍ତନ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମସ୍ତ ସଂସ୍କାରର ଉଦ୍ଦେଶ୍ୟ ଥିଲା ଅପରାଧୀଙ୍କୁ ସେମାନେ କରିଥିବା ଅପରାଧର ବୋଧ କରାଇବା ଓ ଏକ ଉତ୍ତମ ମଣିଷ କରିବା । ‘ରେଡିଓ ମୁକ୍ତି’ ମାଧ୍ୟମରେ ଅନ୍ତେବାସୀଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ କରିଲଖିତ ହୋଇଥିବା କାରାଗାର ଅଧିକାରୀ କହିଛନ୍ତି । ରେଡିଓ ମୁକ୍ତିରେ ଓଡିଆ,ବଙ୍ଗାଳୀ, ତେଲୁଗୁ, ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ, ଭାଷା ସହ ଅନ୍ତେବାସୀ ନିଜ ନିଜ ଅଞ୍ଚଳର ଭାଷାରେ ନିଜ ପ୍ରତିଭାକୁ ପ୍ରଦର୍ଶନ କରୁଛନ୍ତି । ବିନା କିଛି ଖର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଥିବା କାରାଗାର ସୁପରିଟେନଡେଣ୍ଟ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details