ଓଡିଶା

odisha

ETV Bharat / state

ସିସିଏଚ ବନ୍ଦ ହେବାରୁ ଚାକିରୀ ହରାଇଲେ 240 ସ୍ୱାସ୍ଥ୍ୟକର୍ମୀ - koraput health worker lost their job

ଜିଲ୍ଲାର ସମସ୍ତ ପଞ୍ଚାୟତରେ ଥିବା କୋଭିଡ କେୟାର ହୋମ (ସିସିଏଚ)ର ପରିଚାଳନା ପାଇଁ 240 ଜଣ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ 3 ମାସ ପାଇଁ ନିଯୁକ୍ତି କରାଯାଇଥିଲା । ହେଲେ ନିଯୁକ୍ତିର ମାସେ ପୁରିନଥିବା ସତ୍ତ୍ୱେ ସେମାନଙ୍କୁ ନିଲମ୍ବନ କରାଯିବାକୁ ନେଇ ଆଜି ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରତିବାଦ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିସିଏଚ ବନ୍ଦ ହେବାରୁ ଚାକିରୀ ହରାଇଲେ 240 ସ୍ୱାସ୍ଥ୍ୟ କର୍ମୀ
ସିସିଏଚ ବନ୍ଦ ହେବାରୁ ଚାକିରୀ ହରାଇଲେ 240 ସ୍ୱାସ୍ଥ୍ୟ କର୍ମୀ

By

Published : Sep 16, 2020, 7:37 PM IST

କୋରାପୁଟ: ଜିଲ୍ଲାର ସମସ୍ତ ପଞ୍ଚାୟତରେ ଥିବା କୋଭିଡ କେୟାର ହୋମ (ସିସିଏଚ)ର ପରିଚାଳନା ପାଇଁ 240 ଜଣ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ଅଗଷ୍ଟ 20 ତାରିଖରେ ଜିଲ୍ଲା ପ୍ରଶାସନ ଦ୍ୱାରା ନିୟୋଜିତ ହୋଇଥିଲେ । ନିଯୁକ୍ତିର ଅବଧି ତିନିମାସ ଥିବା କୁହାଯାଇଥିବାବେଳେ 45 ଦିନ ପାଇଁ ଚୁକ୍ତି କରାଯାଇଥିଲା । କିନ୍ତୁ ନିଯୁକ୍ତିର ମାସେ ପୁରିନଥିବା ସତ୍ତ୍ୱେ ସେମାନଙ୍କୁ ନିଲମ୍ବନ କରାଯିବାକୁ ନେଇ ଆଜି(ବୁଧବାର) ମହିଳା ସ୍ବାସ୍ଥ୍ୟକର୍ମୀମାନେ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ସିସିଏଚ ବନ୍ଦ ହେବାରୁ ଚାକିରୀ ହରାଇଲେ 240 ସ୍ୱାସ୍ଥ୍ୟ କର୍ମୀ

ସିସିଏଚ ଗୁଡିକୁ ବନ୍ଦ କରିଦିଆଯାଇଥିବା ଯୋଗୁଁ ସେମାନଙ୍କ ନିଯୁକ୍ତିକୁ ବାତିଲ କରିଦିଆଯାଇଛି ବୋଲି ଜିଲ୍ଲାପାଳ ମଧିସୁଦନ ମିଶ୍ର ଜଣାଇଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ ସ୍ବାସ୍ଥ୍ୟକର୍ମୀଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଯାଉଥିଲେ ବି କୋରାପୁଟ ଜିଲ୍ଲାରେ ଏହାର ବ୍ୟତିକ୍ରମ କାହିଁକି ଦେଖାଯାଇଛି ବୋଲି ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶ୍ନ କରିଛନ୍ତି । କୋଭିଡ ହୋମରେ ନିଯୁକ୍ତି ପାଇଥିଲେ ବି ସିସିଏଚରେ ଦିନେ ହେଲେ କାର୍ଯ୍ୟ ନଦେଇ ସେମାନଙ୍କୁ ପ୍ରଶାସନ ବାହାରେ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ନିୟୋଜିତ କରାଇଥିଲେ ।

ତେଣୁ ବର୍ତ୍ତମାନ ସିସିଏଚ ବନ୍ଦ ହେଲେ ବି ପୂର୍ବଭଳି ଅନ୍ୟ କାର୍ଯ୍ୟରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମହିଳା କର୍ମୀମାନେ ଦାବି କରିଛନ୍ତି । ତେବେ ଜିଲ୍ଲାପାଳ ସ୍ୱାସ୍ଥ୍ୟକର୍ମୀଙ୍କ ଅଭିଯୋଗକୁ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ପଠାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details