କୋରାପୁଟ: ରାଜ୍ୟର ପ୍ରସିଦ୍ଧ ଶୈବପୀଠ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠ। ଏହି ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ଏଠାକୁ ସୁଅ ଛୁଟିଛି । ସମସ୍ତେ ଆସି ପାହାଡ଼ ଉପର ଗୁମ୍ଫାରେ ପୂଜାପାଉଥିବା ବିଶାଳ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି ।