ଓଡିଶା

odisha

ETV Bharat / state

ନିର୍ମାଣାଧିନ କୂଅରେ ପଡି ଶିଶୁ-ବୃଦ୍ଧ ମୃତ - କୋରାପୁଟରେ କୂଅରେ ପଡି 2 ମୃତ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗଲିଗବଦର ଗ୍ରାମଠାରେ ନୂତନ ଭାବେ ଖନନ ହେଉଥିବା କୂଅରେ ପଡି ଏକ ନାବାଳକ ସହ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

କୂଅରେ ପଡି ଶିଶୁ ମୃତ
ନିର୍ମାଣଧୀନ କୂଅରେ ପଡି ଶିଶୁ ଓ ବୃଦ୍ଧ ମୃତ

By

Published : Dec 2, 2019, 11:50 PM IST

କୋରାପୁଟ: ନୂତନ ଭାବେ ଖନନ ହେଉଥିବା କୂଅରେ ପଡି ଏକ ନାବାଳକ ସହ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗଲିଗବଦର ଗ୍ରାମଠାରେ ।

ନିର୍ମାଣଧୀନ କୂଅରେ ପଡି ଶିଶୁ ଓ ବୃଦ୍ଧ ମୃତ

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ରବିବାର ଅପରାହ୍ନ ୫ଟା ସମୟରେ ଏହି ଗ୍ରାମର 10 ବର୍ଷର ଶିଶୁ ପ୍ରିନ୍ସ ପାଙ୍ଗୀ ସାଙ୍ଗ ସାଥୀଙ୍କ ସହ ଗାଁ ନିକଟରେ ନୂତନ ଭାବେ ଖୋଳାଯାଉଥିବା କୁଅ ପାଖରେ ଖେଳୁଥିଲେ । ସେହି ସମୟରେ ପ୍ରିନ୍ସର ଗୋଡ଼ ଖସିଯିବାରୁ ସେ କୂଅ ଭିତରକୁ ଖସି ଯାଇଥିଲା ।

ପରେ ସେହି ବାଟରେ ଗାଈ ଚରାଇ ଫେରୁଥିବା 60 ବର୍ଷ ବୟସର କହଁର ପାଙ୍ଗୀ ଏହା ଦେଖି ତୁରନ୍ତ ପ୍ରିନ୍ସକୁ ବଞ୍ଚେଇବା ପାଇଁ ସେଠାକୁ ଧାଇଁ ଯାଇଥିଲେ । କିନ୍ତୁ ହଠାତ ସେଠାରେ ମାଟି ଅତଡା ଖସିଯିବା ଫଳରେ ସେ ମଧ୍ୟ ନିର୍ମାଣାଧିନ କୂଅ ମଧ୍ୟରେ ପଡିଯାଇଥିଲେ । ଦୁହିଁଙ୍କ ଉପରେ ମାଟି ଘୋଡାଇ ହୋଇଯାଇଥିବା ଯୋଗୁଁ ସେମାନେ ଆଉ ଉପରକୁ ଉଠି ପାରି ନଥିଲେ ।

ଏନେଇ ସୋମବାର ନାବାଳକର ଦାଦା ରଞ୍ଜନ କୁମାର ପାଙ୍ଗୀ ପଟାଙ୍ଗୀ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଏଏସଆଇ ଅନିମେଶ ଚନ୍ଦ୍ର ମାଳି, କନେଷ୍ଟବଲ ଗୋବର୍ଦ୍ଧନ ମୁଦୁଲି ଏବଂ କରୁଣାକର ନାୟକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଶରୀର ଗୁଡିକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳକୁ ନୁଆଁ ଗଁ। ଗ୍ରାମପଞ୍ଚାୟତର ସରପଞ୍ଚ ଲାକୀ ଗେମେଲ ପହଁଚି ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ଏବଂ ତହସିଲ କାର୍ଯ୍ୟାଳୟ ଦ୍ବାରା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଉଭୟଙ୍କ ପରିବାରକୁ ପ୍ରଦାନ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details