କୋରାପୁଟ: ଜିଲ୍ଲାର କୋରୋନା ପାଇଁ ଅପହଞ୍ଚ ବ୍ଲକ ଭାବେ ପରିଗଣିତ ହେଉଥିବା ଲମତାପୁଟ ବ୍ଲକର ମାଛକୁଣ୍ଡରେ ସୋମବାର ପାଦ ପକାଇଲା ମହାମାରୀ କୋରୋନା । ଜଳବିଦ୍ୟୁତ ଯୋଜନା ଓ ମନୋରମ ଡୁଡୁମା ଜଳପ୍ରପାତ ପାଇଁ ଖ୍ୟାତି ଅର୍ଜନ କରିଥିବା ମାଛକୁଣ୍ଡର ଦୁଇ ଜଣ ବ୍ୟକ୍ତିଙ୍କ ଶରୀରରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଖବର ପରେ ମାଛକୁଣ୍ଡ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ, ଲମତାପୁଟ ବିଡିଓ ସୌମ୍ୟ ରଞ୍ଜନ ମିଶ୍ର, ମାଛକୁଣ୍ଡ ଥାନା ଅଧିକାରୀ କୁମାର ଲାକ୍ରା, ସ୍ବାସ୍ଥ୍ୟ ଅଧିକାରୀ ଦେବାଶିଷ ବେହେରାଙ୍କ ସମେତ ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତି ରହି ପରିସ୍ଥିତିକୁ ତଦାରଖ କରିଥଲେ ।
ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ 5 ଦିନ ପାଇଁ ମାଛକୁଣ୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । କୋରୋନା ସଂକ୍ରମିତ ଏହି ଦୁଇ ଜଣ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳରୁ ଆସିଥିବାରୁ କାହା କାହା ସହିତ ସେମାନେ ମିଶିଛନ୍ତି ସେ ନେଇ ମଧ୍ୟ ପ୍ରଶାସନିକ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।