କୋରାପୁଟ:କୋରାପୁଟ-ରାୟଗଡା ରେଳ ଲାଇନର ଦୋହରିକରଣ ଚାଲୁଥିବା ବେଳେ ଅଘଟଣ । କୁସୁମଗୁଡା ୨-ନମ୍ବର ଟନେଲ ଭିତରେ କାମ କରୁଥିବା ସମୟରେ ମାଟି ଧସି ଦୁଇଜଣଙ୍କର ମୃତ୍ୟୁ ଘଟିଛି (Under construction railway tunnel caved) । ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ରବି ପ୍ରେପେକା ଓ ଆସାମ୍ ରାଜ୍ୟର ବରପେଟା ଜିଲ୍ଲା ମାଜଗାଁ ଗ୍ରାମର ଜୋହରୁଦିନ ।
କୁସୁମଗୁଡା ଗ୍ରାମ ପାଖରେ ଦୁଇ ନମ୍ବର ଟନେଲରେ ବୁଧବାର କାମ ଚାଲୁଥିବା ବେଳେ ଦୁଇଜଣ ଶ୍ରମିକ ଉପରେ ମାଟି ଧସି ପଡିଥିଲା । ଫଳରେ ସଙ୍ଗେ ସଙ୍ଗେ ଅନ୍ୟ ସହକର୍ମୀ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତରଖାନାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା ।