କୋରାପୁଟ:କେବଳ ଭୋଟ ନେବା ପାଇଁ ନୁହନ୍ତି ନେତା , ଯୁବ ପିଢ଼ି ର ଭବିଷ୍ୟତ ସେମାନେ ଗଢିବା କଥା । ତ୍ରୟୋଦଶ ତମ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଯୁବ ପିଢ଼ି ଏହା କୁ ରୋକ ଠୋକ ଶୁଣାଇଛନ୍ତି। ରାଜନୀତି ନିଜେ ପଙ୍କ ନୁହେଁ । ବରଂ ତାକୁ ରାଜନୀତି କରୁଥିବା ଲୋକେ ଏପରି ସ୍ଥିତି ରେ ପହଞ୍ଚାଇ ଦେଇଥିବା ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କିଶୋରୀ ଭୋଟର ମତ ରଖିଛନ୍ତି ।
ତେବେ ଆଜି ନୂତନ ଭାବେ ଭୋଟ ଦେବାର ବୟସ ପ୍ରାପ୍ତ ହୋଇଥିବା ଯୁବ ପିଢ଼ି ଭୋଟ ଦେବା ଆଗରୁ ନିଜ ମତଦାନ ଅଧିକାରକୁ ବିକ୍ରି କରିବେ ନାହିଁ । ଏଥିସହ ନିର୍ବାଚିତ ନେତାଙ୍କୁ ମତଦାତା ଙ୍କ ପାଇଁ ଉଦ୍ଦିଷ୍ଟ ନିଧି ର ସଠିକ ବିନିଯୋଗ କରିବାର ଦାୟିତ୍ୱ ରୁ ପଳାୟନ ପ୍ରୟାସ କୁ ପ୍ରଶ୍ରୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଚଳିତବର୍ଷ ଜିଲ୍ଲାରେ ଅନେକ ନୂଆ ଭୋଟର ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲାରେ ନିର୍ବାଚନ ସମୟରେ ଯୁବ ପିଢ଼ିଙ୍କ ମତଦାନ ର ପରିମାଣ ରାଜ୍ୟ ତୁଳନାରେ ଭଲ ଥିଲେ ମଧ୍ୟ ଏଥିରେ ଆହୁରି ଅଧିକ ସଂଖ୍ୟକ ଯୁବକ ଯୁବତୀ ଯେପରି ଅଂଶଗ୍ରହଣ କରିବେ । ତେଣୁ ସେଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମତ ରଖିଛନ୍ତି ।