ଓଡିଶା

odisha

ETV Bharat / state

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ପାଇଁ ଖର୍ଚ୍ଚ ହେବ 20 କୋଟି

ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ 120 ତମ ଜୟନ୍ତୀ ପାଳିତ । ଶହୀଦଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାର ବିକାଶ ପାଇଁ 20 କୋଟି ଟଙ୍କା ଖର୍ଚ କରିବାର ଯୋଜନା ଥିବା ସୂଚନା । ଅଧିକ ପଢ଼ନ୍ତୁ...

By

Published : Nov 22, 2019, 6:53 PM IST

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ପାଇଁ ଖର୍ଚ୍ଚ ହେବ 20 କୋଟି

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମା ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଓ ଶ୍ରଦ୍ଧାର ସହ ଶହୀଦ ଲକ୍ଷ୍ମଣ ନାୟକଙ୍କ 120 ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ପାଇଁ ଖର୍ଚ୍ଚ ହେବ 20 କୋଟି

ଏହି ଅବସରରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଆୟୋଜିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଓ କୋରାପୁଟ ବିଧାୟକଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଶହୀଦଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାର ବିକାଶ ପାଇଁ 20 କୋଟି ଟଙ୍କା ଖର୍ଚ କରିବାର ଯୋଜନା ଥିବା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାର ଦଣ୍ଡାବାଡି ଓ ତେନ୍ତୁଳିଗୁମ୍ମା ମଧ୍ୟରେ ଏକ ନଦୀ ପ୍ରବାହିତ ହେଉଥିବା ଯୋଗୁଁ ପୋଲ ନିର୍ମାଣ ପାଇଁ ଯୋଜନା ରହିଥିବା ସେ ଜଣାଇଛନ୍ତି । ବକ୍ତା ମାନେ ଡାକ୍ତରୀ ଛାତ୍ରଙ୍କୁ ଶହୀଦଙ୍କ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଗରିବ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରିତ କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details