କୋରାପୁଟ: ଜୟପୁର ବୈପାରିଗୁଡା ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ମାରୁତି କାର ଜବତ ହୋଇଛି । ଗାଡିଟି ପାତ୍ରପୁଟ ବ୍ରିଜ ନିକଟରେ ଲମତାପୁଟ ଆଡୁ ଆସୁଥିବା ବେଳେ ଚେକିଂ ସମୟରେ ଏହାକୁ ଅଟକାଇଥିଲା ପୋଲିସ । ସେଥିମଧ୍ୟରୁ 22ଟି ପ୍ୟାକେଟରେ ଭରି ହୋଇଥିବା 113 କେଜି ଗଞ୍ଜେଇ ଜବତ ହୋଇଛି।
ଜୟପୁରରୁ 113 କେଜି ଗଞ୍ଜେଇ ଜବତ, 3 ଗିରଫ - 113 kg ganza seized in jaypore
ଗଞ୍ଜେଇ ଚାଲାଣ ବେଳେ ଏକ ମାରୁତି କାରରୁ 22 ପ୍ୟାକେଟ ଗଞ୍ଜେଇ ଜବତ କଲା ପୋଲିସ । ଜଣେ ମହିଳାଙ୍କ ସହ 3 ଗିରଫ । ଅଧିକ ପଢନ୍ତୁ....
![ଜୟପୁରରୁ 113 କେଜି ଗଞ୍ଜେଇ ଜବତ, 3 ଗିରଫ ଜୟପୁରରୁ 113 କେଜି ଗଞ୍ଜେଇ ଜବତ, 3 ଗିରଫ](https://etvbharatimages.akamaized.net/etvbharat/prod-images/768-512-8257368-711-8257368-1596278476288.jpg)
ଜୟପୁରରୁ 113 କେଜି ଗଞ୍ଜେଇ ଜବତ, 3 ଗିରଫ
କାର ମଧ୍ୟରୁ ଆସାମର ଜଣେ ମହିଳାଙ୍କ ସମେତ ଆସାମ ଓ ବିହାରର ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଜୟପୁର ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ