ଓଡିଶା

odisha

ETV Bharat / state

ଲମତାପୁଟ ପୋଲିସକୁ ସଫଳତା, 102କେଜି ଗଞ୍ଜେଇ ଜବତ ସହିତ 4 ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ବଡ ସଫଳତା । ରାତ୍ରୀ ପାଟ୍ରୋଲିଂଙ୍କ ସମୟରେ କାଙ୍ଗ୍ରାପଡା ଛକ ନିକଟରେ 102କେଜି ଗଞ୍ଜେଇ ଜବତ କରିବା ସହିତ 4ଜଣଙ୍କ ଗିରଫ କରିଛି । ଅଧିକ ପଢନ୍ତୁ...

By

Published : Apr 20, 2021, 2:15 PM IST

ଲମତାପୁଟ ପୋଲିସକୁ ସଫଳତା
ଲମତାପୁଟ ପୋଲିସକୁ ସଫଳତା

କୋରାପୁଟ:ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା । ଚୋରାରେ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି ପୋଲିସ । ଅନକାଡେଲି ଅଞ୍ଚଳରୁ ଉତ୍ତର ପ୍ରଦେଶ ଅଞ୍ଚଳକୁ ଚାଲାଣ ହେଉଥିବା 102କେଜି ଗଞ୍ଜେଇକୁ ଜବତ କରିବା ସହିତ 4ଜଣଙ୍କୁ କାବୁ କରିଛି ପୋଲିସ ।

ଲମତାପୁଟ ପୋଲିସକୁ ସଫଳତା

ସୂଚନାଅନୁସାରେ,ଲମତାପୁଟ ପୋଲିସ କାଙ୍ଗ୍ରାପଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଅନକାଡେଲି ଅଞ୍ଚଳରୁ ଉତ୍ତର ପ୍ରଦେଶ ଅଞ୍ଚଳକୁ ଯାଉଥିବା ଏକ ଗାଡିକୁ ଅଟକାଇଥିଲା ପୋଲିସ । ପୋଲିସ ଗାଡିର ତଲାସି ନେବା ପରେ ସେଥିରୁ 102କେଜି 400 ଗ୍ରାମ ଗଞ୍ଜେଇ ଜବତ କରିଛି । ଏହା ସହିତ ଉତ୍ତର ପ୍ରଦେଶ ଅଞ୍ଚଳର ୪ ଜଣକୁ ଗିରଫ କରିଛି । ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି ।

ଗିରଫ ଚାରିଜଣ ହେଲେ ଉତ୍ତର ପ୍ରଦେଶ ଅଞ୍ଚଳର ଅଜୟ ପ୍ରତାପ ପରି, ହରିଶଙ୍କର ସିଂ, ଗୁଳସଦ ଓ ରାହୁଲ ବର୍ମା । ୪ ଜଣକୁ କୋର୍ଟ ଚାଲାଣ କରାଯିବା ସହିତ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details