ଓଡିଶା

odisha

ETV Bharat / state

ଏକ ଟନ ଗଞ୍ଜେଇ ଜବତ, 11 କୋଟିର ଗଞ୍ଜେଇ ଗଛ ନଷ୍ଟ - ମାଛକୁଣ୍ଡ ଥାନା

ଜୟପୁରରେ ପୃଥକ ପୃଥକ ଘଟଣାରେ ଏକ ଟନ ଗଞ୍ଜେଇ ଜବତ କଲା ପୋଲିସ । ମୋଟ 9 ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଟ୍ରକ, ଟ୍ରାକ୍ଟର ଓ ବୋଲେର ଜବତ କରାଯାଇଛି । ସେପଟେ ଲମତାପୁଟରେ 11କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟକଲା ଅବକାରୀ ବିଭାଗ ।

1000-kg-ganja-seize-and-ganja-destory-in-jeypore-of-koraput-dist
ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

By

Published : Nov 29, 2019, 11:17 PM IST

କୋରାପୁଟ: ଜୟପୁର ସଦର ଏବଂ ବୈପାରିଗୁଡା ଥାନା ଅଞ୍ଚଳରୁ ପୃଥକ ପୃଥକ ଭାବେ ସମୁଦାୟ ଏକ ଟନ ଗଞ୍ଜେଇ ଜବତ । ଜୟପୁର ଏସଡ଼ିପିଓ ବରୁଣ ଗଣ୍ଟପାଲି ଏହି ସୂଚନା ଦେଇଛନ୍ତି । ସେପଟେ ଲମତାପୁଟ ବ୍ଲକରେ 11 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟକଲା ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ଜୟପୁର ସଦର ଥାନା ଅଞ୍ଚଳରେ 409 କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ 6 ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସେମାନେ ବ୍ୟବହାର କରିଥିବା ଟ୍ରକ ଓ ବୋଲେରୋ ସମେତ 20 ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ସେହିପରି ବୈପାରିଗୁଡା ଥାନା ଅଞ୍ଚଳରେ 606 କିଲୋ ଗଞ୍ଜେଇ ସହିତ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇକୁ ଅଭିଯୁକ୍ତମାନେ ମାଛକୁଣ୍ଡ ଅଞ୍ଚଳରୁ ବଲାଙ୍ଗୀର ନେଉଥିବା ଜଣାପଡିଛି ।

ସେହିଭଳି ଲମତାପୁଟ ବ୍ଲକରେ 11 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟକଲା ଅବକାରୀ ବିଭାଗ । ମାଛକୁଣ୍ଡ ଥାନା ଅଞ୍ଚଳରେ ଥିବା ସିକରିଲ, ଜୟନ୍ତଗିରି ଓ ସୁନାପଡା ଗ୍ରାମରେ 93 ଏକର ବ୍ୟାପି ସରକାରୀ ଜମିରେ ଗଞ୍ଜେଇ ଗଛ ଲଗାଯାଇଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ 11 କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details