ଓଡିଶା

odisha

ETV Bharat / state

ଧର୍ମେନ୍ଦ୍ର ମୃତ୍ୟୁ ଘଟଣା: ନବୀନ ନିବାସ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ - ଗର୍ଜିଲା କଂଗ୍ରେସ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ ।ରାଜଧାନୀରେ ଛାତ୍ର କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ । ଶୁକ୍ରବାର ଛାତ୍ର କଂଗ୍ରେସର ଶତାଧିକ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ଅଧିକ ପଢନ୍ତୁ

ରାଜଧାନୀରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ
ରାଜଧାନୀରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

By

Published : Oct 29, 2022, 7:06 PM IST

ଭୁବନେଶ୍ବର:ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ପୁଣି ଗର୍ଜିଲା କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରି ବିରାଟ ପଟୁଆରରେ ଶହ ଶହ ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସମୁହାଁ ହେଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ୍‌। ଉଭୟ ପୋଲିସ୍‌ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା ।

ରାଜଧାନୀରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

ଏହା ମଧ୍ୟ ପଢନ୍ତୁ: ମାଛ ଚାଷ ଦେଲା ନୂଆ ପରିଚୟ, ଲୋକଙ୍କ ମୁହଁରେ ଫୁଟାଇଲେ ହସ

ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଥିଲେ। କିଛି କର୍ମୀ ବ୍ୟାରିକେଡ଼ ଉପରେ ଚଢି ଆନ୍ଦୋଳନ କରିଥିବା ବେଳେ ବ୍ୟାରିକେଡ ଡେଇଁ କିଛି ଆନ୍ଦୋଳନ କରିଥିଲେ। ଏହାସହ ରୁଚିକା ମୃତ୍ୟୁର ସଠିକ ତଦନ୍ତ ଓ ନ୍ୟାୟ ଦାବି କରିଥିଲା ଛତ୍ର କଂଗ୍ରେସ । ପାଖାପାଖି ଏକ ଘଣ୍ଟା ଧରି ପୋଲିସ ସହ ଧସ୍ତାଧସ୍ତି ହେବା ପରେ ପୋଲିସ ଉତ୍ୟକ୍ତ କର୍ମୀଙ୍କୁ ଗିରଫ କରିଛି । ତେବେ ଆନ୍ଦୋଳନ ଓ ଗିରଫ ପରେ ବି କଂଗ୍ରେସ କର୍ମୀଙ୍କ ରଣହୁଙ୍କାର ଥମିନଥିଲା । ଯେ ପର୍ଯ୍ୟନ୍ତ ସମୀର ଦାସଙ୍କୁ ଗିରଫ କରାନଯିବ ସେ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟଅଟେ ଏହି ଆନ୍ଦୋଳନ ଓ ଘେରାଉରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ସାମିଲ ହୋଇ କର୍ମୀଙ୍କୁ ସମର୍ଥନ କରିଥିଲେ । ଏହାସହ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ପୋଲିସର ବିରୋଧକୁ ନେଇ ଗର୍ଜିଥିଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ । ପୋଲିସ ଯଦି ସରକାରଙ୍କ ଭଡାଟିଆ ଗୁଣ୍ଡା ହୋଇ କାର୍ଯ୍ୟ କରେ ତେବେ ତାଙ୍କୁ ବି ବିରୋଧ କରାଯିବ ବୋଲି କହିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ଏନେଇ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, "ଧର୍ମେନ୍ଦ୍ର ସାହୁଙ୍କ ଅପରାଧର ସମସ୍ତ ପ୍ରମାଣ ଥାଇ ମଧ ଦୋଷୀକୁ ଏଯାବତ୍ ଗିରଫ କରାଯାଇନାହିଁ । କି ଏନେଇ କୈଣସି ସଠିକ ତଦନ୍ତ ମଧ୍ୟ ହୋଇନାହିଁ। ତେଣୁ ସମୀର ଦାସଙ୍କୁ ଗିରଫ କରାଯାଇ ମନ୍ତ୍ରୀପଦରୁ ବିଦା କରାଯିବା କଥା। କିନ୍ତୁ ସରକାରର ଏ ପର୍ଯନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଏହାକୁ ନେଇ ରାଜ୍ୟରେ ଘୋର ଅନ୍ୟାୟ ଘଟୁଥିବା ବେଳେ ଚୁପ୍‌ ରହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାନଗଲେ ଏଭଳି ବିରୋଧ ଓ ଆନ୍ଦୋଳନ ଜାରି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details