ଓଡିଶା

odisha

By

Published : May 10, 2023, 11:13 AM IST

Updated : May 10, 2023, 12:31 PM IST

ETV Bharat / state

ଆଇନ ଭାଙ୍ଗୁଛନ୍ତି କର୍ପୋରେଟରଙ୍କ ସମ୍ପର୍କୀୟ, ରାଜଧାନୀରେ ମାଳ ମାଳ ଅଭିଯୋଗ ଫର୍ଦ୍ଦ

ଆଇନ ଭାଙ୍ଗୁଛନ୍ତି କର୍ପୋରେଟରଙ୍କ ସମ୍ପର୍କୀୟ । ଜମି ଜବରଦଖଲ ଘଟଣାରେ କର୍ପୋରେଟରଙ୍କ ସ୍ବାମୀ । ଅଧିକ ପଢନ୍ତୁ

nayapali land acquisition
nayapali land acquisition

nayapali land acquisition

ଭୁବନେଶ୍ବର:ନୟାପଲ୍ଲୀ ଜମି ଜବରଦଖଲ ଘଟଣା । ମାମଲାରେ ଆସିଲା ନୂଆ ମୋଡ । ଜବରଦଖଲକାରୀ ରାଘବ ଜେନା ଗିରଫ ପରେ ଏହା ପଛର ପଲଟିକାଲ ସର୍ଦ୍ଦାରମାନଙ୍କର ମୁଖା ଖୋଲିବାରେ ଲାଗିଛି । ନୟାପଲ୍ଲୀ ଥାନାରେ ହୋଇଥିବା ଏହି କେସରେ ଦୁଇ କର୍ପୋରେଟଙ୍କ ସ୍ବାମୀ ନାଁରେ ଏତଲା ହୋଇଛି । ଏପରିକି ଜଣେ କର୍ପୋରେଟରଙ୍କ ସ୍ବାମୀ କୋର୍ଟର ଅନ୍ତରୀଣ ସୁରକ୍ଷାରେ ଅଛନ୍ତି ଅନ୍ୟଜଣେ କର୍ପୋରେଟଙ୍କ ସମ୍ପର୍କରେ ତଦନ୍ତ ଚାଲୁ ରହିଛି । ତେବେ ଆଇନକୁ ହାତକୁ ନେଇ ଆତଙ୍କ ଖେଳାଇବା ଓ ଜମି ଜବରଦଖଲ ଭଳି ଅପରାଧ ପାଇଁ ପ୍ରତ୍ସୋହନ ଦେବା, କର୍ପୋରେଟଙ୍କ ସ୍ବାମୀ ହୋଇ ଜନପ୍ରତିନିଧି କ୍ଷମତାର‌ ଫାଇଦା ନେଇ ଆଇନକୁ ଭାଙ୍ଗିବା ଏବେ ଏସବୁ ଜନପ୍ରତିନିଧିଙ୍କ ମୁଖା ଖୋଲିଛି ।

ଏନେଇ ନୟାପଲ୍ଲୀ ଥାନାରେ‌ ହୋଇଥିବା କର୍ପୋରେଟର ମାନସୀ ସାମନ୍ତରାୟଙ୍କ ସ୍ବାମୀ ସ୍ନେହାଶିଷ ସାମଲ ଓ କର୍ପୋରେଟର ବନ୍ଦିତା ପାଲଙ୍କ ସ୍ବାମୀ ଅର୍ଜୁନ ବେହେରାଙ୍କ ନାଁରେ ହୋଇଥିବା ଏତଲା ନେଇ ଏସିପି ସଞ୍ଜିବ ଶତପଥି କହିଛନ୍ତି," ନୟାପଲ୍ଲୀ ଜବରଦଖଲ ଘଟଣାରେ ରାଘବ ଜେନା ସମେତ ଲେଡି ବାଉନସର ଓ ହୋଟେଲ ମାଲିକ ମିଶାଇ ଏଯାବତ ୨୨ଜଣଙ୍କୁ ଗିରଫ କରାଯାଇଛି । ଦାୟର ହୋଇଥିବା ଏତଲା ଆଧାରରେ ତଦନ୍ତ ହୋଇଛି । ସ୍ନେହାଶିଷ ସାମଲ ଯିଏକି ଫେରାର ହେବା ପରେ ହାଇକୋର୍ଟଙ୍କ ଠାରୁ ଅନ୍ତରୀଣ ଜାମିନରେ ଅଛନ୍ତି । ଅନ୍ୟପଟେ ଅନ୍ୟ ଜଣଙ୍କର ସମ୍ପୃକ୍ତ ତଦନ୍ତ ବେଳେ ପ୍ରମାଣ ମିଳିନାହିଁ । ଏନେଇ ତଦନ୍ତ ଚାଲିଛି ଆମେ ଏନେଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।"

ଗତ ମାର୍ଚ୍ଚ ୨୫ ତାରିଖରେ ନୟାପଲ୍ଲୀ ଏନଏଚ କଡ଼ରେ ଥିବା ଏକ ଏକ ଜମି ଉପରେ ଜବରଦଖଲ ପାଇଁ ୧୫୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ମିଶି ଦୋକାନକୁ ଭାଙ୍ଗି ମାଟିରେ ମିଶାଇବା ସହ ଦୋକାନର ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ । ଏନେଇ ନୟାପଲ୍ଲୀ ଥାନାରେ ପୃଥକ ପୃଥକ ମାମଲା ହୋଇଥିଲା । ତେବେ ରାଜନୀତି ଆଢ଼ୁଆଳରେ କର୍ପୋରେଟରଙ୍କ‌ ସମ୍ପର୍କୀୟଙ୍କ ଏପରି ଆଇନକୁ ଭାଙ୍ଗିବା ଘଟଣା ନୂଆ ନୁହେଁ । ପୂର୍ବରୁ ମୈତ୍ରୀ ବିହାର‌ଥାନା ଅଞ୍ଚଳରେ ମଧ୍ୟ କର୍ପୋରେଟଙ୍କ ସ୍ବାମୀ ଓ କର୍ପୋରେଟଙ୍କ ପୁଅ ମଧ୍ୟ ଲୋକଙ୍କଉ ହଇରାଣ ସହ କିଛି ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କ ସହ ମିଶିବାକୁ ନେଇ ପାଟିତୁଣ୍ଡ ସହ ଆତଙ୍କରେ ଘଟାଇଥିଲେ । ଏପରିକି ଥାନା ଅଧିକାରୀଙ୍କ ସହ ପାଟିତୁଣ୍ଡ ସହ ଧସ୍ତା ଧସ୍ତା ମଧ୍ୟ ହୋଇଥିଲା । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ହୋଇଥିଲା ।

ସେହିପରି ମଞ୍ଚେଶ୍ବର ଗାଢ଼କଣରେ ମଧ୍ୟ ଜଣେ କର୍ପୋରେଟଙ୍କ ସମ୍ପର୍କୀୟ ହୋଟେଲ ଭିତରେ ହଙ୍ଗାମା କରିବାର ଅଭିଯୋଗ ମଧ୍ୟ ମଞ୍ଚେଶ୍ବର ଥାନା‌ ପୋଲିସର ନଜରକୁ ଆସିଥିଲା । ହେଲେ ରାଜନୀତିର‌ ଛତ୍ର ଛାୟାରେ ଏମାନେ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଥିଲେ ବି ଏମାନଙ୍କ ବିରୋଧରେ ଆଖିଦୃଶିଆ କର୍ଯାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ସେହିପରି ଗତ ପୌର ନିର୍ବାଚନ ବେଳେ ମଧ୍ୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ପରେ ତଦନ୍ତ ବେଳେ ଜଣେ କର୍ପୋରେଟଙ୍କ ଭାଇକୁ ମଧ୍ୟ ଗିରଫ କରାଯାଇଥିଲା ।

ସେତେବେଳେ ମଧ୍ୟ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଥିଲା । ରାଜନୈତିକ ବିରୋଧ ଓ ଚାପ ପରେ ଶେଷରେ ବର୍ତ୍ତମାନର କର୍ପୋରେଟର ଥିବା ତାଙ୍କ ଭାଇକୁ ଗିରଫ ପାଇଁ ପୋଲିସ ୭ରୁ ୮ଜଣିଆ ଟିମ୍ ସେତେବେଳେ ଶିଖର ଜେନାଙ୍କ ଘରେ ପଶି ସର୍ଚ୍ଚ ଅପରେସନ ସହ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2023, 12:31 PM IST

ABOUT THE AUTHOR

...view details