ETV Bharat Odisha

ଓଡିଶା

odisha

ETV Bharat / state

ସୁଧ ଟଙ୍କା ପାଇଁ ଗଲା ଯୁବକଙ୍କ ଜୀବନ - ରାଜଧାନୀର ସହିଦନଗର ଥାନା

ବିଚିତ୍ର ପଲେଇ ମୃତ୍ୟୁ ଘଟଣା। ବାଣୀବିହାର ଛକରେ କିଛି ଧସ୍ତାଧସ୍ତି ପରେ ସହିଦନଗର ଥାନା ନିକଟରେ ବିଚିତ୍ରଙ୍କ ଗଲା ଜୀବନ। ମୃତ୍ୟୁ ପଛର କାରଣ ଜାଣିବା ପାଇଁ ଅଧିକ ପଢ଼ନ୍ତୁ..

ବିଚିତ୍ରଙ୍କ ବିଚିତ୍ର ମୃତ୍ୟୁ
ବିଚିତ୍ରଙ୍କ ବିଚିତ୍ର ମୃତ୍ୟୁ
author img

By

Published : Feb 10, 2023, 11:08 PM IST

ବିଚିତ୍ରଙ୍କ ବିଚିତ୍ର ମୃତ୍ୟୁ

ଭୁବନେଶ୍ବର:ରାଜଧାନୀର ସହିଦନଗର ଥାନାରେ ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ନାଁ ବିଚିତ୍ର ପଲେଇ, ବୟସ ୪୨, ଘର ଗାଡ଼କଣ। ତେବେ ସୁଧ ଟଙ୍କା ପାଇଁ ଘଟିଛି ତୁମୁଳକାଣ୍ଡ । ବାଣୀବିହାର ଛକରେ କିଛି ଧସ୍ତାଧସ୍ତି ପରେ ସହିଦନଗର ଥାନାକୁ ଗଲେ ଯୁବକ ଜଣଙ୍କ । ହେଲେ ସେଠାରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ତେବେ ନାଲକୋ ଛକରେ ବିଚିତ୍ରଙ୍କ ଏକ ଗାଙ୍ଗୁରାମ ଦୋକାନ ରହିଛି ।

ଆର୍ଥିକ ଅନାଟନରେ ବ୍ୟତିବ୍ୟସ୍ତ ହେବା ପରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ କରି ଥିଲେ। ସେହିପରି ବର୍ଷେ ତଳେ ଉଚ୍ଚ ସୁଧ ହାରରେ ନେତ୍ରମଣି ବେହେରାଙ୍କ ଠାରୁ ୩ ଲକ୍ଷ ଟଙ୍କା ସୁଧକୁ ନେଇଥିଲେ ବିଚିତ୍ର । ମାସ ପରେ ମାସ ସୁଧ ଦେବାରେ ଖିଲାପ କରିବା ପରେ ଗତକାଲି(ଶୁକ୍ରବାର) ରାତିରେ ଗାଡ଼କଣ ଠାରେ ପହଞ୍ଚିଥିଲେ ନେତ୍ରମଣି ଓ ତାଙ୍କ ସହଯୋଗୀ। ଗୋଟିଏ କାରରେ ତାଙ୍କୁ ବସାଇବା ସହ ସହର ସାରା ବୁଲାଇ ନିର୍ଦ୍ଧୁମ ଛେଚିଥିଲେ । ବାଣୀବିହାର ଛକରେ କାରରୁ ଖସି ପ୍ରାଣ ବିକଳରେ ଦୌଡିଥିଲେ ବିଚିତ୍ର। ଦୌଡ଼ି ଦୌଡ଼ି ପ୍ରାଣ ବିକଳରେ ସହିଦନଗର ଥାନାରେ ପହଂଚିଥିଲେ ଆଉ ଏହି ସମୟରେ ସେ ଫୋନ ରେ କଥା ହେଉଥିବା ବେଳେ ହଠାତ ଟଳିପଡିଥିଲେ ।

ଏହାର ଲାଇଭ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରି ଥାନା କୁ ନେଇଥିଲେ ବିଚିତ୍ର । ହେଲେ ସେଠାରୁ ତାଙ୍କୁ ହସ୍ପିଟାଲ ନେଲାପରେ ଯୁବକ ଙ୍କୁ ଡାକ୍ତର ମୃତ ଘୋଷଣା କରଥିଲେ ବ ବିଚିତ୍ର ପତ୍ନୀଙ୍କ ଏତଲା ମୁତାବକ ପୋଲିସ ନେତ୍ରମଣି ବେହେରା ଓ ତାଙ୍କ ସମ୍ପର୍କୀୟ ଭାଇ ବଟକୃଷ୍ଣ ବେହେରାଙ୍କୁ ଦଫା ୩୦୨, ୩୬୫, ୩୨୩ , ୩୪୧ରେ କୋର୍ଟ ଚାଲାଣ କରିଛି । ଥାନା ପରିସର ମୃତ୍ୟୁ ଘଟିଥିବାରୁ NHRC ଗାଇଡଲାଇନ ଅନୁସାରେ ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି ଜରିଆରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସାଇଣ୍ଟିଫିକ ଟିମ ଉଭୟ ଥାନା ପରିସର ଓ ବାଣୀବିହାର ଛକରେ ଯାଞ୍ଚ କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ୧୬୧ରେ ରେକର୍ଡ ହୋଇଛି । ଘଟଣାରେ ବ୍ୟବହୃତ କାରକୁ ଜବତ କରାଯାଇଛି । ଡ୍ରାଇଭର କୌଶଳକ୍ରମେ ଖସିଯାଇଥିବା ବେଳେ ତାକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ସେପଟେ ଗାଇଡ଼ଲାଇନ ମୁତାବକ ଜୋନ ୫ ଏସିପି ଙ୍କ ବଦଳରେ ଘଟଣାର ତଦନ୍ତ ଭାର ଏସିପି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଦିଆଯାଇଥିବା କହିଛନ୍ତି ଡିସିପି । ଅନ୍ୟପଟେ ଘଟଣାସ୍ଥଳରେ ସାଇଟିଫିକ ଟିମ ଯାଇ ଅଧିକ ଖୋଳତାଡ଼ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details