ଓଡିଶା

odisha

ମୈତ୍ରିବିହାରରେ ବୀଭତ୍ସ ହତ୍ୟାକାଣ୍ଡ, ମାଂସ ପାଇଁ ସାଙ୍ଗକୁ ଠେଙ୍ଗାରେ ପିଟି ମାରିଦେଲେ

By

Published : Jan 17, 2023, 10:34 PM IST

ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ସାମାନ୍ୟ କଥାକୁ ନେଇ ୩ ସାଙ୍ଗ ଭିତରେ ହେଲା ବଚସା । ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ କଲେ ହତ୍ୟା । ଅଧିକ ପଢ଼ନ୍ତୁ

youth was beaten to death
ମାଂସ ପାଇଁ ସାଙ୍ଗକୁ ହତ୍ୟା

ମାଂସ ପାଇଁ ସାଙ୍ଗକୁ ହତ୍ୟା

ଭୁବନେଶ୍ବର :ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ମାଂସ ଖାଇଦେବାରୁ ଝଗଡ଼ା । ପରେ ଝଗଡାରୁ ହତ୍ୟାକାଣ୍ଡ। ଗୋଟିଏ ରୁମରେ ଭଡ଼ା ନେଇ ରହୁଥିବା ତିନି ସାଙ୍ଗଙ୍କ ବିବାଦ ଏମିତି ଏକ ହତ୍ୟାକାଣ୍ଡର ରୂପ ନେଇଛି । ଯାହାକୁ ନେଇ ଆଜି ସକାଳୁ ସୁଶୀଲ ହେମ୍ବ୍ରମ ନାମକ ଯୁବକଙ୍କର ମୃତଦେହକୁ ଜବତ କରିଛି ମୈତ୍ରିବିହାର ଥାନା ପୋଲିସ। ଏହି ଘଟଣାରେ ପୋଲିସ ମୃତକଙ୍କର ଜଣେ ସାଙ୍ଗକୁ ଅଟକ ରଖିଛି । ସୂଚନା ମୁତାବକ ମୈତ୍ରିବିହାର ସାଲିଆସାହି ଇଡକୋ ବସ୍ତିରେ ଗୋଟିଏ ରୁମରେ ରହୁଥିଲେ ସୁଶୀଲ ଓ ତାର ଦୁଇ ସାଙ୍ଗ ସୋନୁ, ରୁଇ ଚାନ୍ଦ। ତିନି ଜଣଙ୍କ ମଧ୍ୟରୁ ସୁଶୀଲ ଦିନମଜୁରିଆ ଭାବେ କାମ କରେ। ଅନ୍ୟ ଦୁଇଜଣ ରଙ୍ଗକାମ କରନ୍ତି। ଗତ ରବିବାର ଦିନ ସୁଶୀଲ ମାଂସ ଆଣି ରୁମରେ ରାନ୍ଧି ଥିଲା । ରୋଷେଇ କରି ସୁଶୀଲ କୌଣସି ଏକ କାମରେ ବାହାରକୁ ବାହାରକୁ ଯାଇଥିଲେ ।

ରୁମ୍ ଭିତରେ ସୋନୁ ଓ ରୁଇ ଚାନ୍ଦ ବସି ମଦ ପିଉଥିଲେ‌ । ସେହି ସମୟରେ ସୁଶୀଲ ରୋଷେଇ କରିଥିବା ମାଂସ ଖାଇ ଦେଇଥିଲେ । କିଛି ସମୟ ପରେ ସୁଶୀଲ ଘରକୁ ଆସି ଦେଖିଲା ବେଳକୁ ସବୁ ମାଂସ ସୋନୁ ଓ ରୁଇ ଖାଇଦେଇଛନ୍ତି । ଏହାକୁ ନେଇ ସୁଶୀଲଙ୍କର ସୋନୁ ଓ ରୁଇ ସହ ଗଣ୍ଡଗୋଳ ହୋଇଥିଲା । ପରେ ସୁଶୀଲ କିଛି ନଖାଇ ଉପବାସରେ ଶୋଇପଡ଼ିଥିଲେ । ସୋମବାର ସନ୍ଧ୍ୟାରେ ସୁଶୀଲ ସହ ସୋନୁ ଓ ରୁଇ ପାଟିତୁଣ୍ଡ କରିଥିଲେ ବୋଲି ସୁଶୀଲ ଯାଉଥିବା କାମକୁ ତାର ସହଯୋଗୀ ମହେନ୍ଦ୍ର କହିଛନ୍ତି । ସୋମବାର ରାତିରେ ପୁଣିଥରେ ସେହି ମାଂସ ଖାଇଦେବା କଥାକୁ ନେଇ ସୁଶୀଲ ସହ ସୋନୁ ଓ ରୁଇ ପୁଣିଥରେ ଝଗଡ଼ା କରିଥିଲେ ।

ପରେ ସୁଶୀଲକୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି । ମହେନ୍ଦ୍ର ଆଜି ସକାଳେ ସୁଶୀଲକୁ କାମକୁ ଯିବାପାଇଁ ଡାକିବାକୁ ଗଲାବେଳେ ସୁଶୀଲର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ଏନେଇ ମହେନ୍ଦ୍ର ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଥିଲା । ଏହାସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା । ପରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବାସହ ସୋନୁକୁ ଅଟକ ରଖିବା ସହ ପଚରାଉଚୁରା କରୁଛି ।

ଏ ସମ୍ପର୍କରେ ସୁଶୀଲଙ୍କ ସାଙ୍ଗ କହିଛନ୍ତି ଯେ ସବୁଦିନ କାମକୁ ଯିବା ଆଗରୁ ମୁଁ ସୁଶୀଲଙ୍କୁ ସାଙ୍ଗରେ ନେଇକି ଯାଏ । ଆଜି ସକାଳେ ମଧ୍ୟ କାମକୁ ଯିବାପାଇଁ ସୁଶୀଲକୁ ଡାକିବାକୁ ସେ ରହୁଥିବା ଭଡ଼ା ଘରକୁ ଯାଇଥିଲି । ହେଲେ ସେଠାରେ ପହଞ୍ଚିଲା ବେଳକୁ ସୁଶୀଲର ରକ୍ତଜୁଡୁବୁଡୁ ମୃତଦେହ ପଡିଥିଲା । ଏପରିକି ଚାରିଆଡ଼େ ରକ୍ତଛିଟା ପଡ଼ିଥିଲା । ଏନେଇ ପୋଲିସକୁ ଖବର ଦେଇଥିଲି । ତେବେ ସୁଶୀଲ ରାନ୍ଧିଥିବା ମାଂସ ସୋନୁ ଓ ରୁଇ ଖାଇଦେଇଥିଲେ । ଏହାକୁ ନେଇ ରାଗିଯାଇଥିଲା ସୁଶୀଲ । ଏହାପରେ ସେମାନଙ୍କ ସହିତ ଗଣ୍ଡଗୋଳ କରିଥିଲା ସୁଶୀଲ । ପରେ ପୁଣିଥରେ ଏହାକୁ ନେଇ ସୋମବାର ସନ୍ଧ୍ୟାରେ ସୋନୁ ଓ ରୁଇ ସୁଶୀଲ ସହ ହାଟରେ ଝଗଡ଼ା କରିଥିଲେ । ରାତିରେ ତାକୁ ବାଡ଼ିରେ ପିଟି ପିଟି ମାରିଦେଇଛନ୍ତି । ଆଜି ସକାଳେ ଯେତେବେଳେ ମୁଁ ସୁଶୀଲକୁ ଡାକିବାକୁ ଯାଇଥିଲି ସେଠାରେ ସୁଶୀଲର ମୃତଦେହ ପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details