ଭୁବନେଶ୍ବର: ଆଜି ହେଉଛି ଜାତୀୟ ଯୁବ ଦିବସ ବା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ଏହି ଅବସରରେ ଜୟଦେବ ଭବନ ଠାରେ ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ଏହି ଦିବସ ଓ ଏହି ଆଲୋଚନା ହୋଇଥିବା ବେଳେ ଯୁବକମାନଙ୍କ ପାଇଁ ସମାଜରେ ଥିବା ବିଧି ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ସ୍ୱାମୀ ବିବେକାନନ୍ଦ ଯୁବକ ମାନକ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିବା ବେଳେ ସମାଜରେ ଯୁବକ ମାନଙ୍କର ରାଷ୍ଟ୍ର ଗଠନରେ ସହଭାଗିତା, କର୍ତ୍ତବ୍ୟ ଓ ଦାୟିତ୍ୱବୋଧର ଏକ ନିଦର୍ଶନ । ତେଣୁ ତାଙ୍କ ଜୟନ୍ତୀ ଅବସରରେ ଆଜିର ଯୁବକମାନଙ୍କର ଅସ୍ତିତ୍ବ ଭବିଷ୍ୟତ ଓ ଗତି ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଜିର ଯୁବ ସମାଜର ସାମାଜିକ ଓ ରାଜନୈତିକ ସ୍ଥିତି ଉପରେ ଆଲୋଚନ କରାଯାଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବ ବର୍ଗଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜ ସମ୍ମୁଖରେ ଥିବା ଆହ୍ୱାନ ଯୁବ ସମାଜର ମୌଳିକ କର୍ତ୍ତବ୍ୟ, ସ୍ୱାସ୍ଥ୍ୟ, ରାଜନୀତି, କ୍ରୀଡା ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ଯୁବ ସମାଜର ଭୂମିକାକୁ ନେଇ ଅତିଥି ମାନେ ଚର୍ଚ୍ଚା ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବ ବର୍ଗ ଯୋଗ ଦେଇଥିଲେ ।
ତେବେ ଏହି ଅବସରରେ ଯୁବକମାନଙ୍କର ସାମାଜିକ ଓ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ କହିଛନ୍ତି, ’’ଯୁବଶକ୍ତି ଅଧିକାର ଓ ସଚେତନତା ସମ୍ପର୍କରେ ଜାଣି ରାଷ୍ଟ୍ର ଗଠନରେ ବିକାଶ ରେ ଜଣେ ଜଣେ ସିପାହୀ ହେବା ଦରକାର ଆଉ ରାଜନୀତିକୁ ବୁଝିବା ଦରକାର । କିନ୍ତୁ ଆଜିର ଯୁବକ ସରକାରଙ୍କ କ୍ଷମତାରେ ଚାପି ହେଇଯାଉଛନ୍ତି । ବିଭିନ୍ନ ଯୋଜନାରେ ସେମାନଙ୍କୁ ସୀମିତ କରାଯାଉଛି ଆଉ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ।’’