ଭୁବନେଶ୍ବର: 5T ସଚିବଙ୍କ ବାସଭବନ ଘେରିବ କଂଗ୍ରେସ । ଓଡ଼ିଶା ପୋଲିସ ବିରୋଧୀଙ୍କ କଣ୍ଠ ଚାପିବାକୁ ଦାୟିତ୍ଵ ନେଇଛି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ଏଭଳି କାର୍ଯ୍ୟ ଲାଗି ଆସନ୍ତା ଦିନରେ ଛାତ୍ର କଂଗ୍ରେସ ୫ଟି ସଚିବ ଭି.କେ ପାଣ୍ଡିଆନ (5T Secretary V.K Pandian)ଙ୍କ ବାସଭବନ ଆଗରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।
ମନ୍ତ୍ରୀ ସମୀର ଦାଶଙ୍କ ବହିଷ୍କାର ଓ ତଦନ୍ତ ପରିସର ଭୁକ୍ତ ଦାବିରେ ଛାତ୍ର କଂଗ୍ରେସ ଗତ ୨୯ ତାରିଖରେ ନବୀନ ନିବାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲା । ଏହି ସବୁ ଅପରାଧିକ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବିରୋଧୀଙ୍କ କଣ୍ଠରୋଧ କରିବାକୁ ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ କହିଛନ୍ତି, "ପୋଲିସ ଆନ୍ଦୋନକାରୀଙ୍କ ବିରୋଧରେ ଆକ୍ରୋଶ ମୂଳକ ଭାବେ ୩୦୭ ଭଳି ସଙ୍ଗୀନ ଦଫା ଲଗାଇଛି । କିନ୍ତୁ ଛାତ୍ର କଂଗ୍ରେସ ଚୁପ ବସିବ ନାହିଁ ।
ଏହା ମଧ୍ୟ ପଢନ୍ତୁ:ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ ନରସିଂହ
ଆଗାମୀ ଦିନରେ ଲଢେଇ ଜାରି ରହିବ । 5T ସଚିବଙ୍କ ନିକଟରେ ଦାବି ତୁରନ୍ତ ଦଫା ପ୍ରତ୍ୟାହାର କରନ୍ତୁ । 7ଦିନ ସମୟ ଦେଉଛୁ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ତଥା ବହିଷ୍କାର ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ଲଗାଇ ଥିବା ଦଫା ପ୍ରତ୍ୟାହାର କରାଯାଉ । ନଚେତ 5T ସଚିବଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ ।" ସୂଚନା ଥାଉ କି ଗତ ଅକ୍ଟୋବର ୨୯ ତାରିଖରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗର୍ଜିଥିଲା କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରି ବିରାଟ ପଟୁଆରରେ ଶହ ଶହ ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ।