ଓଡିଶା

odisha

ଛାତ ଉପରେ ଶୋଇଥିଲେ ଯୁବକ, ହାଣି ଦେଲେ ଦୁର୍ବୃତ୍ତ

By

Published : Aug 4, 2022, 10:35 AM IST

Updated : Aug 4, 2022, 9:15 PM IST

ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ଯୁବକଙ୍କୁ ହାଣି ଦେଲେ ଦୁର୍ବୃତ୍ତ । ଘଟଣାର ତଦନ୍ତ ଜାରି । ଅଧିକ ପଢନ୍ତୁ ।

ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ଶୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ
ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ଶୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଜଙ୍କିଆ ଥାନା ମୋଟା ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା । ଘର ଛାତ ଉପରେ ଶୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଜଣକ ହେଲେ ରଘୁନାଥ ମହାରଣା । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ଏନେଇ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ କରୁଛି ପୋଲିସ ।

ଛାତ ଉପରେ ଶୋଇଥିଲେ ଯୁବକ, ହାଣି ଦେଲେ ଦୁର୍ବୃତ୍ତ

ସୂଚନାନୁସାରେ, ଆଜି ଭୋରରୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । କେଉଁ କାରଣରୁ ଯୁବକଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି ତାହାର ସୁରାକ ଏଯାଏଁ ପାଇପାରିନି ପୋଲିସ । ଏହି ହତ୍ୟାକାଣ୍ଡ ପରିବାରର କେହି ସଦସ୍ୟ ଘଟାଇଛନ୍ତି କି ବାହାରୁ କେହି ଦୁର୍ବୃତ୍ତ ଆସି ଘଟାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି । ଏହାସହ ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 4, 2022, 9:15 PM IST

ABOUT THE AUTHOR

...view details