ଓଡିଶା

odisha

ETV Bharat / state

ପୁର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ବେଗୁନିଆ ଥାନାରେ ମାମଲା - ଯୁବକଙ୍କୁ ହତ୍ୟା କରିଥିବା ସଙ୍ଗିନ ଅଭିଯୋଗ

ବେଗୁନିଆ ଥାନା ଦେଉଳି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ। ଅଧିକା ପଢନ୍ତୁ

ପୁର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା
ପୁର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା

By

Published : Mar 22, 2023, 4:16 PM IST

ପୁର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ଖୋର୍ଦ୍ଧା:ବେଗୁନିଆ ଥାନା ଦେଉଳି ଗ୍ରାମରୁପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ଉକ୍ତ ଗ୍ରାମର ପ୍ରଦୀପ ବଳିଆରସିଂ ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଶୌଚ ପାଇଁ ଯାଉଥିବା ବେଳେ ତାଙ୍କୁ ଗ୍ରାମର ଏକାଧିକ ପୁରୁଷ ଓ ମହିଳା ଟେକି ନେଇ ପଥରରେ ଛେଚି ହତ୍ୟା କରିଥିବା ପ୍ରଦୀପଙ୍କ ବାପା ହରି ବଳିଆରସିଂ ଆଜି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ , ଦେଉଳି ଗ୍ରାମରେ ପଞ୍ଚାୟତରେ ନିର୍ବାଚନ ପର ଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏଥିସହ ଗତ ଗଣେଶ ପୂଜାରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେହିପରି ଗତ ଜାନୁଆରୀ ମାସରେ ପୁନର୍ବାର ଦୁଇ ଗୋଷ୍ଠୀ ମାରପିଟ ହୋଇ ଉଭୟ ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ସର୍ବେଶ୍ୱର ପରିଡାଙ୍କ ଅଭିଯୋଗ କ୍ରମେ 7/2023ରେ ମାମଲା ରୁଜୁକରି 10 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ଅପରପକ୍ଷ ଗୀତା ବଳିଆରସିଂଙ୍କ ଅଭିଯୋଗ କ୍ରମେ 8/2023ରେ ଅନୁରୂପ ଭାବେ ମାମଲା ରୁଜୁ କରି ଉଭୟ ପକ୍ଷରୁ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଉଭୟ ପକ୍ଷ ଜାମିନ ପାଇ ଜେଲରୁ ମୁକୁଳିବା ପରେ ଘଟଣା ଆହୁରି ଉଗ୍ରରୂପ ଧାରଣ କରିଥିଲା ।

ଗତକାଲି ସନ୍ଧ୍ୟାରେ ହରି ବଳିଆରସିଂଙ୍କ ପୁଅ ପ୍ରଦୀପ ନିଜ ବାଇକ ଯୋଗେ ଶୌଚ ପାଇଁ ଯାଉଥିବା ବେଳେ ପୂର୍ବ ପ୍ରସ୍ତୁତିରେ ଥିବା ଏକାଧିକ ମହିଳା ଓ ପୁରୁଷ ତାଙ୍କୁ ଟେକି ନେଇ ନିକଟ ଜଙ୍ଗଲରେ ନିର୍ଧୁମ ପିଟିବା ସହ ପଥରରେ ଶରୀରର ବିଭିନ୍ନ ସ୍ଥାନକୁ ଛେଚି ଦେଇ ତାଙ୍କୁ ମୁର୍ମୁସ ଅବସ୍ଥାରେ ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପ୍ରଦୀପଙ୍କୁ କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ପ୍ରଦୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ପ୍ରଦୀପଙ୍କ ମୃତ୍ୟୁ ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ ମୁତୟନ କରାଯାଇଛି । ସେପଟେ ବେଗୁନିଆ ଥାନାରେ ମୃତକଙ୍କ ବାପା ହରି ବଳିଆରସିଂଙ୍କ ଅଭିଯୋଗ ପାଇବା ପରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details