ଓଡିଶା

odisha

By

Published : Dec 31, 2022, 7:04 PM IST

ETV Bharat / state

ନୂଆବର୍ଷ ପାଇଁ ସଜବାଜ, ୨ବର୍ଷ ପରେ ସେଲିବ୍ରେସନ ମୁଡ୍‌ରେ ଯୁବପିଢୀ

ଆସୁଛି ନୂଆ ବର୍ଷ ୨୦୨୩ (New Year 2023)। ଆଉ କିଛି ଘଣ୍ଟା ପରେ ସବୁଆଡ଼େ ଦେଖିବାକୁ ମିଳିବ ସେଲିବ୍ରେସନ । ତେବେ କୋରୋନା କଟକଣାର ୨ବର୍ଷ ପରେ ଯୁବପିଢୀ ନୂଆବର୍ଷକୁ ସେଲିବ୍ରେସନ କରିବା ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି (Youngsters on New year 2023) । ଅଧିକ ପଢନ୍ତୁ

New Year 2023
New Year 2023

ନୂଆବର୍ଷ ପାଇଁ ସଜବାଜ, ୨ବର୍ଷ ପରେ ସେଲିବ୍ରେସନ ମୁଡ୍‌ରେ ଯୁବପିଢୀ

ଭୁବନେଶ୍ବର:ଆଉ କେଇ ଘଣ୍ଟା ପରେ ପାଳନ ହେବ ନୂଆବର୍ଷ (New Year 2023) । ଏବେ ଠାରୁ ସଜବାଜ ହେଲେଣି ସମସ୍ତେ। ଦୀର୍ଘ ୨ବର୍ଷ ଧରି କୋରୋନା କଟକଣା ମଧ୍ୟରେ କଟିଥିଲା ନୂଆ ବର୍ଷ। ନାଁ ଥିଲା ମଜାମସ୍ତି ନାଁ ଥିଲା ଭୋଜିଭାତ । କେବଳ ଦୁଇ ବର୍ଷ ଘରେ ହିଁ କଟିଥିଲା । ତେବେ ୨୦୨୩ ନୂଆବର୍ଷ ବେଶ ଧୁମଧାମରେ ପାଳନ କରିବେ ବୋଲି କହିଛନ୍ତି ଯୁବପିଢୀ (Youngsters on New year 2023) ।

ଯଦିଓ ଚୀନରେ କୋରୋନା ସଂକ୍ରମଣ ଆତଙ୍କ ଖେଳାଇଛି ମାତ୍ର ପୂର୍ବବର୍ଷ ଅପେକ୍ଷା ବର୍ତ୍ତମାନ ସେତେଟା ଭୟ ନାହିଁ । ଫଳରେ ନୂଆ ବର୍ଷକୁ ନେଇ ମନରେ ଅନେକ ଆଶା ଅଭିଳାଷ ରହିଛି । ତେବେ ଅନେକ ବହୁ ଦିନରୁ ନୂଆ ବର୍ଷକୁ କିଭଳି କାଟିବେ ସେନେଇ ପ୍ଲାନ କରିଛନ୍ତି । ସାଙ୍ଗସାଥୀ ପ୍ରିୟଜନ ଓ ପରିବାରବର୍ଗଙ୍କ ସହ ଅନେକ ପାଲିବେ ନୂଆ ବର୍ଷ। ଏହି ନୂଆ ବର୍ଷକୁ ନେଇ ଜଣେ ଯୁବପିଢୀ କହିଛନ୍ତି, "ଦୁଇ ବର୍ଷ ହେଲା ଘରେ ଥିଲୁ। ଘରେ ହିଁ ସେଲିବ୍ରେସନ କରିଥିଲୁ ପରିବାରଙ୍କ ସହିତ। କିନ୍ତୁ ନୂଆବର୍ଷ ଆସିଲେ ବାହରକୁ ଯାଇ ବୁଲାବୁଲି କରିବାକୁ ସମସ୍ତେ ପସନ୍ଦ କରନ୍ତି । ଗତ ଦୁଇ ବର୍ଷରେ ତାହା ହୋଇନଥିଲା । ତେବେ ଏହି ବର୍ଷ ସଂକ୍ରମଣ ସେତେଟା ନଥିବା ବେଳେ ସାଙ୍ଗମାନଙ୍କ ସହିତ ପ୍ଲାନ ରହଛି। ଏସବୁ ମଧ୍ୟରେ ସତର୍କତା ରହିବା ଆବଶ୍ୟକ।"

ଏହା ବି ପଢନ୍ତୁ- ରଙ୍ଗୀନ ଲାଇଟ୍‌ ଓ ଡିଜେ ଧୁନରେ ମତୁଆଲା ହେବେ ରାଜଧାନୀବାସୀ

ଏନେଇ ଜଣେ ରାଜଧାନୀବାସୀ ମଧୁଲିତା ପରିଡ଼ା କହିଛନ୍ତି, "ନୂଆ ବର୍ଷ ଗୋଟିଏ ଦିନ ମୋ ପାଇଁ ବଡ ଦିନ ନୁହେଁ। ପ୍ରତ୍ୟେକଟି ଦିନ ନୂଆ ବର୍ଷ ଅଟେ। ପ୍ରତ୍ୟେକ ଦିନ ନୂଆ ସ୍ଵପ୍ନ ନୂଆ ଆଶା ରଖିଥାଉ। ନୂଆ ବର୍ଷରେ ଭଲ ଭାବରେ ସେଲିବ୍ରେସନ କରିବା ଏଭଳି ମାନସିକତା ମୋ ପାଖରେ ନଥିବା ବେଳେ ପୁଅ ପାଖରେ ରହିଛି । ଛୋଟ ପିଲା ନୂଆ ବର୍ଷ ଆସିଲେ ବିଭିନ୍ନ ସ୍ଥାନ ବୁଲିବେ ଭୋଜି କରିବେ ଆଦି କରିଥାନ୍ତି ।" ଏହା ସହ କଲୋନୀ ରେ ଥିବା କିଛି ସାଙ୍ଗ ସାଥିମାନେ ମିଶି ଭୋଜି କରାଯାଇହେବ ବୋଲି କହିଛନ୍ତି। ଅନ୍ୟପଟେ ଜେନ ପ୍ରଫେସର କହିଛନ୍ତି, ବର୍ତ୍ତମାନ ସମୟରେ ନବବର୍ଷ ଉତ୍ସବମୁଖର ହୋଇଛି । ନାଚଗୀତ ଏସବୁ ସମୟ ହିଁ କରୁଛି। ନିଜକୁ ଆନନ୍ଦ ମଧ୍ୟରେ ବଞ୍ଚିବାକୁ ସେଲିବ୍ରେସନ କରୁଛନ୍ତି। କେବଳ ନୂଆ ବର୍ଷ ନାଚ ଗୀତା ରେ ସୀମିତ ନ ରହି ତାହା ସପଥର ବର୍ଷ ହେଉ।

ଯାହା ଏ ସମାଜକୁ ପୂର୍ଣ୍ଣ ଭାବରେ ଏକ ପ୍ରଗୀତିରେ ଆଭିମୁଖ୍ୟ ନେଇ ଗୁଣାତ୍ମକମାନର ଅଭିବୃତ୍ତି ଦିଗରେ କାମ କରିବ । ସୂଚନା ଅନୁଯାୟୀ, ନୂଆବର୍ଷ ସେଲିବ୍ରେସନ୍‌କୁ ନେଇ ଜନସାଧାରଣଙ୍କୁ ସଚେତନ କରାଇଛି ଭୁବନେଶ୍ଵର ପୋଲିସ। ଦୁଇ ବର୍ଷ ପରେ ବିନା କୋରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ସେଲିବ୍ରେସନ୍‌ ମୁଡ୍‌ରେ ଥିବାରୁ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଭୁଲି ଯାଉଛନ୍ତି । ଯାହାକି ନିଜ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଦ୍ରୁତ ଗତିରେ ଗାଡ଼ି ଚଲାନ୍ତୁ ନାହିଁ ଓ ଟ୍ରାଫିକ ନିୟମ ପାଳନ କରନ୍ତୁ। ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ ବୋଲି ପୋଲିସ ସମସ୍ତଙ୍କୁ ଅନୁରୋଧ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details