ଓଡିଶା

odisha

ETV Bharat / state

Cyber Fraud: ଠକାମୀର ଶିକାର ପୂର୍ବତନ ସେନା ଅଧିକାରୀ, ୩୫ ଲକ୍ଷ ପେନସନ ଟଙ୍କା ଚଳୁ - online gaming app

ଘାରିଛି କମ ସମୟରେ ଅଧିକ ଟଙ୍କା ରୋଜଗାର ନିଶା । ଅବସର ଟଙ୍କାକୁ ଡବଲ କରିବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ସେନା ଅଧିକାରୀ। ଅଧିକ ପଢନ୍ତୁ

cyber fraud in bbsr
ଠକାମୀର ଶିକାର ପୂର୍ବତନ ସେନା ଅଧିକାରୀ

By ETV Bharat Odisha Team

Published : Oct 23, 2023, 8:01 PM IST

ଠକାମୀର ଶିକାର ପୂର୍ବତନ ସେନା ଅଧିକାରୀ

ଭୁବନେଶ୍ବର:କମ ସମୟରେ ଅଧିକ ଟଙ୍କା ରୋଜଗାର ନିଶା ପଡିଲା ମହଙ୍ଗା। ଟଙ୍କାକୁ ଦୁଇ ଗୁଣା କରିବାକୁ ଯାଇ ସେନା ଅଧିକାରୀ। ପୂର୍ବତନ ବାୟୁସେନା ଅଧିକାରୀଙ୍କୁ ଅନଲାଇନ ଟ୍ରାପ କରାଯାଇଥିବାବେଳେ ଏହାର ପର୍ଦ୍ଦାଫାସ କରିଛି ସାଇବର ଥାନା ପୋଲିସ । ଅନଲାଇନ ଗେମିଙ୍ଗ ଆପ ଲୋଭରେ ପଡ଼ି ଟଙ୍କା ହରାଇଥିଲେ ପୂର୍ବତନ ସେନା କର୍ମଚାରୀ । ଏପରିକି ନିବେଶ ଆଳରେ ଡବଲ ମୁନାଫାର ଲୋଭ ଦେଇ ଠକି ନେଇଥିଲା ମିଡିଲମ୍ୟାନ । ତାହାର ଗୁମର ଖୋଲିଛି ଅର୍ଥନୈତିକ ସାଇବର ଥାନା ପୋଲିସ । ଏନେଇ କେନ୍ଦ୍ରାପଡାର ଜଣେ ଅଭିଯୁକ୍ତ ସନ୍ତୋଷ ସାହୁକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ ।

ସୂଚନା ଅନୁସାରେ, ଏମ୍ସ ହସ୍ପିଟାଲରେ ଦେଖା ହୋଇଥିଲେ ଗିରଫ ଅଭିଯୁକ୍ତ ସନ୍ତୋଷ ସାହୁ ଓ ଅଭିଯୋଗକାରୀ ସେନାଅଧିକାରୀ । ଏନେଇ ସନ୍ତୋଷ ନିଜକୁ ଡାଟା ସାଇନସ୍ ଗ୍ରାଜୁଏଟ କହିଥିବାବେଳେ ଅନଲାଇନ ମାର୍କେଟ ଉପରେ ଜ୍ଞାନ ରହିଥିବା କହିଥିଲା‌ । ଏହା ଶୁଣିବା ପରେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଜଣକ ତାଙ୍କର ଅବସର ପରେ ମିଳିଥିବା ଟଙ୍କାକୁ ନିବେଶ କରିବାକୁ ଚାହୁଁଥିଲେ। ଯାହାର ଫାଇଦା ନେଇ ଗିରଫ ଅଭିଯୁକ୍ତ ତାଙ୍କର ଟଙ୍କାକୁ ଗେମିଂ ଆପରେ ବିନିଯୋଗ କରୁଥିଲେ । ଏପରିକି ବିଭିନ୍ନ ଟ୍ରେଡିଂ ଆପ ଜରିଆରେ ବିନିଯୋଗ କରି ଟଙ୍କା ଲଗାଉଥିଲେ । ଅନଲାଇନ ବେଟିଂ ଭଳି ଆପରେ ଟଙ୍କା ଲଗାଇ ପ୍ରଥମେ ପ୍ରଥମେ ଭଲ ମୁନାଫା ଦେଉଥିଲା ଅଭିଯୁକ୍ତ ।

ଧୀରେ ଧୀରେ ସେନା ଅଧିକାରୀଙ୍କର ବିଶ୍ବାସ ବଢିଚାଲିଥିଲା । ଏହାପରେ ସେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ମୁନାଫା ପାଇବାକୁ ଆଶା କରିଥିଲେ। ଆଉ ଏହାପରେ ସେ ୩୫ଲକ୍ଷ ଟଙ୍କା ଅନଲାଇନରେ ଲଗାଇ ଦେଇଥିଲେ। ହେଲେ କିଛି ଟଙ୍କା ହରାଇବା ପରେ ଆଉ ମୁନାଫା ଦେଇପାରିନଥିଲା ଗିରଫ ଅଭିଯୁକ୍ତ। ଏହିପରିଭାବେ ଠକାମୀର ଶିକାର ହେବା ପରେ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ସେନାଅଧିକାରୀ । ସାଇବର ଥାନାରେ ଅଭିଯୋଗ ପରେ ଶେଷରେ ଟଙ୍କା କାରବାର ଦେଖି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ନିକଟରୁ ୬ ଲକ୍ଷ ଟଙ୍କା ସହ ୩ ଟି ପାସବୁକ ମଧ୍ୟ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ...Cyber Fraud: ରାୟପୁର ପୋଲିସର ନିଆରା ପ୍ରୟାସ, ରାସ୍ତାକଡ଼ରେ ସଚେତନତା ବାର୍ତ୍ତା ବାଣ୍ଟିଲା 'ସାଇବର ରାବଣ'

ଏଥିସହ ୩ ଟି ଏଟିଏମ କାର୍ଡ ଜବତ କରାଯାଇଛି। ଏନେଇ ଜୋନ-୫ ଏସିପି ଗୌତମ କିଶାନ କହିଛନ୍ତି, "ଅଭିଯୁକ୍ତକୁ ଗିରଫ କରାଯାଇଛି। କର୍ଣ୍ଣାଟକ ଓ ଆସାନସୋଲର କିଛି ଆକାଉଣ୍ଟ ଜରିଆରେ ଟଙ୍କା କାରବାର ହୋଇଛି । ତେବେ ବେଟିଂରେ ଏହି ଟଙ୍କା ନିଯୋଗ ହୋଇଥିଲା କି ନାହିଁ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details