ଓଡିଶା

odisha

ETV Bharat / state

ମନ୍ଦିର ଯାଇଥିଲେ ମାଆ ଜୀବନ ହାରିଲା ଝିଅ, ଶିଖରଚଣ୍ଡିରେ BCA ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଇନଫୋସିଟ ଅଞ୍ଚଳରେ ଅଭାବନୀୟ ଘଟଣା

ଇନଫୋସିଟ ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ କେହି ନଥିବାରୁ ସୁଯୋଗ ନେଇ ଆତ୍ମହତ୍ୟା କଲେ ବିସିଏ ଛାତ୍ରୀ । ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ଘର ମଧ୍ୟରୁ ଯୁବତୀଙ୍କ ଝୁଲନ୍ତା ମୃତଦେଦ ଉଦ୍ଧାର
ଘର ମଧ୍ୟରୁ ଯୁବତୀଙ୍କ ଝୁଲନ୍ତା ମୃତଦେଦ ଉଦ୍ଧାର

By

Published : Nov 8, 2022, 8:16 PM IST

ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେଦ ଉଦ୍ଧାର । ମାଆ ମନ୍ଦିର ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଆତ୍ମହତ୍ୟା କଲେ ବିସିଏ ଛାତ୍ରୀ (young woman hanging dead body found in Bhubaneswar ) । ମୃତ ଛାତ୍ରୀ ଜଣକ ହେଲେ ପୁନମ ଶାହାଣି । ଇନଫୋସିଟ ଅଞ୍ଚଳର ଶିଖରଚଣ୍ଡୀରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଛାତ୍ରୀ ଜଣଙ୍କ ଇନଫୋସିଟ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ସୋମବାର) ସନ୍ଧ୍ୟାରେ ମୃତ ଛାତ୍ରୀଙ୍କ ମାଆ ମନ୍ଦିର ଯାଇଥିବା ବେଳେ ଏହାର ସୁଯୋଗ ନେଇ ପୁନମ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ । ପୁନମଙ୍କ ସାନ ଭଉଣୀ ପଡୋଶୀ ଘରୁ ଆସି ପୁନମ ରୁମର କବାଟ ବନ୍ଦ ଥିବା ଦେଖି ତାଙ୍କ ଭାଇ ଓ ମାଆକୁ ଜଣାଇଥିଲେ। ଏହାପରେ କବାଟ ଖୋଲି ଦେଖିବା ପରେ ପୁନମଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ଯୁବତୀଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଚୁପଚାପ ରହୁଥିଲା, କିଛି ଦିନ ତଳେ ବିସିଏ ପରିକ୍ଷାର ସେମିଷ୍ଟାର ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ

ତେବେ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଯୁବତୀ ଜଣଙ୍କ ପାଠ ପଢାକୁ ନେଇ ଚିନ୍ତାରେ ଥିଲେ ନା ଆତ୍ମହତ୍ୟା ପଛରେ ରହିଛି ପ୍ରେମ ଜନିତ କାରଣ ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ପୋଲିସ ଏବେ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଯୁବତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ରାଜଧାନୀରେ ଦିନକୁ ଦିନ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହାକୁ ରୋକିବାକୁ ଏକ କର୍ମଶାଳା କରିଥିଲା କମିଶନରେଟ ପୋଲିସ । ବହୁ ବରିଷ୍ଠ ବିଷାରଦପୋଲିସକୁ କିଛି ଉପଦେଶ ଦେଇଥିଲେ‌ । ଆତ୍ମହତ୍ୟା ପୂର୍ବରୁ ଏହାର ଲକ୍ଷଣ ଦେଖାଦେଇଥାଏ । ଏନେଇ ସଭିଏଁ ସଚେତନ ହେବା ନେଇ କୁହାଯାଇଥିଲା । ତେବେ ଏତେ ସବୁ ପରେ ବି କମୁନି ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details