ଭୁବନେଶ୍ବର:ରାଜଧାନୀର ଛାତି ଉପରେ ତାଲିବାନୀ ନିର୍ଯାତନା । ରାସ୍ତା ଉପରେ ଅଣ ଓଡିଆ ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ । ମୋବାଇଲ ଚୋରି କରୁଥିବା ଅଭିଯୋଗରେ ଖୁଣ୍ଟରେ ବାନ୍ଧି ନିର୍ଘାତ ପିଟିଲେ ଲୋକେ । ଭୁବନେଶ୍ୱରର ମଞ୍ଚେଶ୍ବର ଥାନା ପଳାଶୁଣି ହାଟରେ ଘଟିଛି ଏପରି ଘଟଣା । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ମଞ୍ଚେଶ୍ବର ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଏପରି ଅମାନୁଷିକ କାଣ୍ଡ ଘଟିଥିବା ବେଳେ ବିଳମ୍ବରେ ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।
ଶନିବାର ସନ୍ଧ୍ୟା ପ୍ରାୟ 7ଟା ସମୟର ଘଟଣା । ପଳାଶୁଣି ହାଟରେ ଭିଡର ସୁଯୋଗ ନେଇ ଜଣେ ଅଣ ଓଡିଆ ଯୁବକ ଜଣେ ବ୍ୟକ୍ତିଙ୍କ ପକେଟରୁ ହାତ ପୁରାଇ ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଏନେଇ ସେହି ବ୍ୟକ୍ତି ଜାଣିବା ପରେ ପକେଟମାର ଉଦ୍ୟମ କରୁଥିବା ଯୁବକକୁ କାବୁ କରିଥିଲେ । ତାପରେ ଆରମ୍ଭ ହୋଇଯାଇଥିଲା ନିର୍ଘାତ ମାଡ଼ । କାନ କୋଟୁଳିଠୁ ଆରମ୍ଭ କରି ଗାଲକୁ ଚାପୁଡ଼ା , ପିଠିକୁ ବିଧା ଓ ଗୋଡ଼କୁ ଗୋଇଠା ମାରିଥିଲେ ସ୍ଥାନୀୟ କିଛି ଯୁବକ। ଯୁବକ ଜଣଙ୍କ ଚିତ୍କାର କରୁଥିଲେ ମଧ୍ୟ କାହାକୁ ଯେମିତି କିଛି ଫରକ ପଡୁନଥିଲା । ଏହାପରେ ସୀମା ଟପିଥିଲା ଅତ୍ୟାଚାର । ଯୁବକଙ୍କୁ ଉଲଗ୍ନ କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ପରେ ଏକ ଚପଲରେ ମନ ଇଚ୍ଛା ଯୁବକଙ୍କୁ ମାଡ ମାରିବା ସହ ଗୁପ୍ତାଙ୍ଗକୁ ମଧ୍ୟ ମାଡ଼ ମାରିଥିଲେ । ଯୁବକଙ୍କ ପ୍ରତି ଯେମିତି ନିର୍ଦୟ ପାଲଟି ଯାଇଥିଲେ ଯୁବକମାନେ । ଏହି ସମୟରେ କେହି ଜଣେ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିଲେ ।
ଏହା ବି ପଢନ୍ତୁ- ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍