ଓଡିଶା

odisha

ETV Bharat / state

ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ପୋଲିସ - ଖୋର୍ଦ୍ଧା ଏସପି

ଗୁଳିକାଣ୍ଡ ଘଟି ବେଗୁନିଆ ଅଞ୍ଚଳର ଯୁବକ ଗୁରୁତର । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ
ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ

By

Published : Oct 15, 2021, 6:07 PM IST

Updated : Oct 15, 2021, 7:50 PM IST

ଖୋର୍ଦ୍ଧା:ଗୁଳିକାଣ୍ଡ ଘଟି ଯୁବକ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅଧିନ ବେଗୁନିଆ ଥାନା ଅଞ୍ଚଳରେ । ସୂଚନାନୁସାରେ କୌଣସି କାରଣକୁ ନେଇ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ

ଏହି ଘଟଣାରେ ଖୋର୍ଦ୍ଧା ଏସପି ରାଜ୍ କିଶୋର ଦୋରା ମେଡିକାଲରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହା ପାରିବାରିକ ଗଣ୍ଡଗୋଳ ଯୋଗୁଁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ବତନ ସାମରିକ ଅଧିକାରୀ ପ୍ରସନ୍ନ ନାୟକ ବୋଲି ଜଣାପଡିଛି ।

ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ

ସେପଟେ ବେଗୁନିଆ ଗୁଳିମାଡ଼ ଘଟଣାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ପ୍ରସନ୍ନ ନାୟକଙ୍କୁ ଧରିବା ସହ ତା ଠାରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି ଖୋର୍ଦ୍ଧା ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଜବତ କରିଛି ।

ବେଗୁନିଆ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତ ସେନାଧିକାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ

ଏନେଇ ଖୋର୍ଦ୍ଧା ଏସପି ଫୋନ ଯୋଗେ ସୂଚନା ଦେଇ କହିଛନ୍ତି କି ଅଭିଯୁକ୍ତ ପ୍ରସନ୍ନ ଜଣେ ଅବସରପ୍ରାପ୍ତ ସୁବେଦାର ମେଜର । ତେବେ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତକୁ ଆଧିକ ପଚରା ଉଚରା ଜାରି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 15, 2021, 7:50 PM IST

ABOUT THE AUTHOR

...view details