ଖୋର୍ଦ୍ଧା : ଦିନକୁ ଦିନ ୧୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଦୁର୍ଘଟଣାରେ ଅକାଳରେ ଚାଲି ଯାଉଛି ଜୀବନ । ସେହିଭଳି ଆଜି ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି । ୧୬ ନଂ ଜାତୀୟ ରାଜପଥ କୟିଥପଲା ଛକ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟାଙ୍ଗୀ ଥାନା ବଉଳା ବନ୍ଧ ଗ୍ରାମର ରଣଜିତ ପ୍ରଧାନ ବୋଲି ଜଣାପଡିଛି ।
ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ଗାଡି ଧକ୍କାରେ ଯୁବକ ମୃତ - ଦୁର୍ଘଟଣା ଖବର
ଦିନକୁ ଦିନ ୧୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଆଜି ପୁଣି ଗଲା ଆଉ ଜଣେ ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ....
![ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ଗାଡି ଧକ୍କାରେ ଯୁବକ ମୃତ ଅଜଣା ଗାଡି ଧକ୍କାରେ ଯୁବକ ମୃତ](https://etvbharatimages.akamaized.net/etvbharat/prod-images/768-512-11030643-thumbnail-3x2-accident.jpg)
ଅଜଣା ଗାଡି ଧକ୍କାରେ ଯୁବକ ମୃତ
ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ଗାଡି ଧକ୍କାରେ ଯୁବକ ମୃତ
ରଣଜିତ କୌଣସି କାମରେ ନିଜର ଜଣେ ବନ୍ଧୁଙ୍କୁ କୁହୁଡିରେ ଛାଡି ବାଇକରେ ଫେରୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା ।ଦୁର୍ଘଟଣାରେ ରଣଜିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଟାଙ୍ଗି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ