ଖୋର୍ଦ୍ଧା: ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା । ଯୁବକ ହେଲେ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତ ଦୁଝିଆଝର ଗାଁର କେଶବ ସେଠୀ । ସେ ଉକ୍ତ ଗାଁର ଏକ ଯୁବତୀଙ୍କୁ ଏକ ତରଫା ପ୍ରେମ କରି ଆସୁଥିଲେ । ଏଥିରେ ଯୁବତୀଙ୍କ ପରିବାର ଲୋକେ ଆପତ୍ତି କରିବାରୁ ଯୁବକ ଜଣକ କିଛି ଦିନ ପୂର୍ବେ ଗାଁ ଛାଡି ରାଜ୍ୟ ବାହାରକୁ ପଳାଇ ଯାଇଥିଲା । ହେଲେ ପୁଣି କେଶବ ଗାଁକୁ ଫେରିଥିଲେ ।
ଏକତରଫା ପ୍ରେମର କରୁଣ ପରିଣତି: ମିଳିଲାନି ପ୍ରେମିକା, ଆତ୍ମହତ୍ୟା କଲା ପ୍ରେମିକ - lover suicide
ଏକ ପାଖିଆ ପ୍ରେମ କରି ଶେଷରେ ନିଜର ଜୀବନ ହାରିଲେ ଖୋର୍ଦ୍ଧା କମାଗୁରୁ ପଞ୍ଚାୟତ ଦୁଝିଆଝର ଗାଁର କେଶବ ସେଠୀ । ଅଧିକ ପଢନ୍ତୁ...
ମିଳିଲାନି ପ୍ରେମିକା, ଆତ୍ମହତ୍ୟା କଲା ପ୍ରେମିକ
ଏହି ସମୟରେ ଯୁବତୀଙ୍କର ବାହାଘର ଠିକ ହେଉଥିବା ଜାଣି ପାରି ନିଜ ପ୍ରେମକୁ ପାଇବାରେ ବିଫଳ ହୋଇ ଅରିସଲର ଏକ ପୋଖରୀ ହୁଡାରେ ଥିବା ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ସିକୋ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ