ଖୋର୍ଦ୍ଧା: ନିଶା କବଳରେ ଯୁବ ପିଢ଼ି । ନିଶା ପାଇଁ ଚୋରି କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଛକରେ । ଏକ ଔଷଧ ଦୋକାନରୁ ଜଣେ ଯୁବକ ଚୋରି କରିବା ସମୟରେ ଧରାପଡିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କୁ ବନ୍ଧାଯାଇ ସ୍ଥାନୀୟ ଲୋକେ ସାର୍ଟ ଖୋଲି ମାଡ ମାରୁଛନ୍ତି ।
ଚୋରି କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ - ଖୋର୍ଦ୍ଧାରେ ଯୁବକଙ୍କୁ ମାଡ ଅଭିଯୋଗ
ନିଶା ପାଇଁ ଚୋରି କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ ( Young Man Beaten by locals in khordha) । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଛକରେ । ଅଧିକ ପଢନ୍ତୁ

ଚୋରି କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ
ଚୋରି କରି ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ
ତେବେ ଯୁବକଙ୍କ ପକେଟରୁ ସିଗାରେଟ, ବ୍ରାଉନସୁଗାର ପୁଡ଼ିଆ, ମୋବାଇଲ, କିଛି ଟଙ୍କା ମଧ୍ୟ ଜବତ କରିଥିଲେ ସ୍ଥାନୀୟ ଲୋକେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଯୁବକଙ୍କ ସମ୍ପର୍କୀୟ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ