ଭୁବନେଶ୍ଵର:କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟ । ହସ୍ପିଟାଲର କାଜୁଆଲଟିରେ ଡ୍ୟୁଟି କରୁଥିବା ବେଳେ ଡାକ୍ତରଙ୍କ କଲର ଧରି ଘୋଷାଡ଼ିବା ସହିତ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଆଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ବେଳେ ଏଭଳି ଘଟଣା ଘଟାଇଥିଲେ ଯୁବକ । ମହିଳାଙ୍କୁ ମୃତ ଘୋଷଣା କରିବାରୁ ଏପରି କାଣ୍ଡ ଭିଆଇଥିଲେ ଯୁବକ । ଏହି ଘଟଣା ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଅନ୍ୟପଟେ ବାରମ୍ବାର ଡାକ୍ତରଙ୍କୁ ଆକ୍ରମଣ କରାଯାଉଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ନିନ୍ଦା କରିଛି ମେଡିକାଲ ସଂଘ ।
ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ
ମିଳିଥିବା ସୂଚନା ଅନୁସାରେ, ସୋମବାର କ୍ଷୀରୋଦ ଦେଓ ନାମକ ଜଣେ ଯୁବକ ତାଙ୍କ ମାଆଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ । ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରମାନେ ମହିଳା ଜଣଙ୍କୁ ରିସିଭ୍ ଡେଡ୍ ଘୋଷଣା କରିଥିଲେ । ଏହାପରେ କ୍ଷୀରୋଦ ଉତିକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କ୍ଷୀରୋଦଙ୍କ ମାଆଙ୍କ ମୃତ୍ୟୁ ହୋଇ ସାରିଥିବା ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି । ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ନିଜେ ମଧ୍ୟ ଏହି ଘଟଣଆକୁ ସ୍ୱିକାର କରିଛନ୍ତି । ମାନସିକ ସ୍ତରରେ ଦୃବଳ ହୋଇ ଏପରି ଘଟଣା ଘଟାଇଥିଲେ ଯୁବକ ଜଣଙ୍କ ।