ଓଡିଶା

odisha

ETV Bharat / state

ବାହାଘର ପାଇଁ କିଣା ଯାଇଥିଲା ଦାମୀ ଗାଡ଼ି, ସାଙ୍ଗ ମାଗିକି ନେଇ କରୁଥିଲା ଚୋରି - ଦାମୀ ଗାଡ଼ିରେ ବୁଲି କରୁଥିଲା ଚୋରି

ସାମ୍ନାକୁ ଆସିଲା MBA ଚୋରର କାରନାମା । ଦାମୀ ଗାଡ଼ିରେ ବୁଲି କରୁଥିଲା ଚୋରି । ସାଙ୍ଗ କିଣିଥିଲା ତା ବାହାଘର ପାଇଁ ଦାମୀ ଗାଡ଼ି । ହେଲେ ସାଙ୍ଗଠୁ ଗାଡି ମାଗି ନେଇ ସାଙ୍ଗ ସହରରେ ବୁଲିବୁଲି କରୁଥିଲା ଚୋରି । ଅଧିକ ପଢ଼ନ୍ତୁ

ବାହାଘର ପାଇଁ କିଣା ଯାଇଥିଲା ଦାମୀ ଗାଡ଼ି, ସାଙ୍ଗ ମାଗିକି ନେଇ କରୁଥିଲା ଚୋରି
ବାହାଘର ପାଇଁ କିଣା ଯାଇଥିଲା ଦାମୀ ଗାଡ଼ି, ସାଙ୍ଗ ମାଗିକି ନେଇ କରୁଥିଲା ଚୋରି

By

Published : Nov 24, 2022, 9:46 PM IST

ଭୁବନେଶ୍ବର : ସାମ୍ନାକୁ ଆସିଲା MBAଚୋରର କାରନାମା । ଦାମୀ ଗାଡ଼ିରେ କିପରି ବୁଲି ବୁଲି କରୁଥିଲା ଚୋରି । ସାଙ୍ଗ କିଣିଥିଲା ତା ବାହାଘର ପାଇଁ ଦାମୀ ଗାଡ଼ି । ହେଲେ ସାଙ୍ଗଠୁ ଗାଡି ମାଗି ନେଇ ସାଙ୍ଗ ସହରରେ ବୁଲିବୁଲି କରୁଥିଲା ଚୋରି । ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଚୋରି ସମୟର ସିସିଟିଭି । କିଭଳି ଏମବିଏ ଚୋର ଦାମୀ ଗାଡ଼ିରେ ବୁଲି କରୁଥିଲା ଚୋରି । ୪୦ଲକ୍ଷ ଟଙ୍କିଆ ଥର ଗାଡିରେ‌ ବୁଲି ବୁଲି କରୁଥିଲା ଚୋରି । ଗ୍ୟାସ କଟରରେ କାଟୁଥିଲା ଦୋକାନ ସଟର । ଦୋକାନରେ ସୁଡଙ୍ଗ କରି ଲୁଟୁଥିଲା ଦୋକାନ ଭିତରୁ ଦାମିକା ମୋବାଇଲ ।

ବାହାଘର ପାଇଁ କିଣା ଯାଇଥିଲା ଦାମୀ ଗାଡ଼ି, ସାଙ୍ଗ ମାଗିକି ନେଇ କରୁଥିଲା ଚୋରି

ଏହାମଧ୍ୟ ପଢ଼ନ୍ତୁ.ଧରାପଡ଼ିଲା ରାଜଧାନୀର MBA ଚୋର, ଦାମୀ କାରରେ ବୁଲି କରୁଥିଲା ଚୋରି

ସୂଚନାନୁସାରେ ଅଭିଯୁକ୍ତ ଆଦର୍ଶ ଗୌତମ ପାଣିଗ୍ରାହୀ ପଢିଥିଲେ MBA ପାଠ । ସାଙ୍ଗର ଗାଡି ମାଗିଆଣି ଚୋରିରେ କରୁଥିଲା ବ୍ୟବହାର । ଗିରଫ ପରେ ତା ଠାରୁ ୪୦ଟି ମୋବାଇଲ ଓ ଲୁଟରେ ବ୍ୟବହାର ଗ୍ୟାସ କଟର ଜବତ କରିଛି ପୋଲିସ । ଅଭିଯୁକ୍ତର ସାଙ୍ଗ ତାଙ୍କର ବାହାଘର ପାଇଁ କିଣିଥିଲେ ନୂଆ ଗାଡି । ଗାଡିରେ ବର ଯିବା ପାଇଁ ଦାମୀ ଗାଡି କିଣିଥିଲେ ୫ଦିନ ତଳେ ।

ଏବେ ଚୋର ସାଙ୍ଗର ଗାଡି ନେଇ କାରନାମା ଆସିବା ପରେ ଗାଡ଼ିର ଅସଲ ମାଲିକ ମୁଣ୍ଡରେ ଦେଇଛନ୍ତି ହାତ । କାରଣ ନୂଆ ଗାଡ଼ିକୁ ଚୋର ଧରାପଡ଼ିବା ପରେ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଏପରିକି ନୂଆ ଗାଡି କିଣା ହେବା ପରେ ଗାଡ଼ି ପୂଜାର ଫୁଲମାଳ ମଧ୍ୟ ମଉଳି ନଥିଲା । ହେଲେ ଚୋର ସାଙ୍ଗ ଗାଡିରେ ନିଜ କାରନାମା ଦେଖେଇଛି । ଯାହା ଏବେ ରାଜଧାନୀରେ ଚର୍ଚ୍ଚା ହେଉଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ରାଜଧାନୀରେ ହାଇପ୍ରୋଫାଇଲ ଚୋର । ୪୦ଲକ୍ଷ ଟଙ୍କିଆ କାରରେ‌ ବୁଲି ବୁଲି କରୁଥିଲା ସହରରେ କରୁଥିଲା ଚୋରି (Bhubaneswar police arrested high profile theft ) । 60 ମୋବାଇଲ ସହ ଧରାପଡ଼ିଲା ପାଠପଢୁଆ MBA ଚୋର । ହାଇଟେକ୍ ଯନ୍ତ୍ରପାତି ଜରିଆରେ ଚୋର ମଚାଉଥିଲା ଆତଙ୍କ । ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିଲା ମୋବାଇଲ (arrested high profile theft in VSS Nagar) । ଚୋରର କାରନାମା ପଦାକୁ ଆସିବା ପରେ ସହରରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ସୂଚନାମୁତାବକ ଅଭିଯୁକ୍ତ ଜଣକ ଗତ ମଙ୍ଗଳବାର ରାତିରେ ଭିଏସଏସ ନଗର ଅଞ୍ଚଳରେ ଏକ ମୋବାଇଲ ଦୋକାନର ସଟର କାଟି ୫୦ଟି ମୋବାଇଲ ଚୋରି କରିଥିଲେ । ଚୋରି ମୋବାଇଲ ନିଜ ଗାଡିରେ ନେଇ ଯିବା ବେଳେ ବାଟରେ ଲୋକଙ୍କ ହାବୁଡରେ ପଡ଼ିଯାଇଥିଲେ ( VSS Nagar)। ଅଭିଯୁକ୍ତ ଆଦର୍ଶର ହାବଭାବ ଦେଖି ଲୋକେ ସନ୍ଦେହ କରିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଅଟକାଇଥିଲେ । ଏନେଇ ଆଦର୍ଶ ଭୟଭୀୟ ହୋଇଯାଇଥିଲେ । ଏହାପରେ ଲୋକେ ଆଦର୍ଶକୁ ପଚରାଉଚୁରା କରିବାସହ ତା ନିକଟରୁ ଦାମୀ ମୋବାଇଲ ଫୋନ ଜବତ କରିଥିଲେ । ପରେ ଏହି ହାଇପ୍ରୋଫାଇଲ ଚୋରକୁ ନିର୍ଦ୍ଧୁମ ମାଡ଼ ମାରି ପୋଲିସ ଜିମା ଦେଇଥିଲେ‌ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details