ଭୁବନେଶ୍ବର:ଅସହ୍ୟ ହେଲା ଫିଡ୍ସ ରୋଗ କଷ୍ଟ । ରୋଗରୁ ମୁକ୍ତି ନମିଳିବାରୁ ଚରମ ନିଷ୍ପତ୍ତି ନେଲେ ଯୁବତୀ । ମେଡିସିନ ଖାଇ ଅତିଷ୍ଠ ହେବା ପରେ ଶେଷରେ ଜୀବନ ହାରିଲେ ଯୁବତୀ । ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ରୋଗରେ ପୀଡିତା ଯୁବତୀ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପୁରୀ ଗୋପ ଅଞ୍ଚଳର ତିରିପଦାଗଡ଼ ଗ୍ରାମର ଦୀପ୍ତି ପାଣି । ପୋଲିସ ହଷ୍ଟେଲରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ଯେଉଁଥିରେ ମେଡିସିନ ଖାଇ ଖାଇ ମୁଁ ଆଉ ପାରୁନି ବୋଲି ଲେଖିଥିଲେ ଯୁବତୀ ଜଣଙ୍କ ।
ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର
ମିଳିଥିବା ସୂଚନା ଅନୁୟାୟୀ ଦୀପ୍ତି ପାଣି ଖଣ୍ଡଗିରି ବାରଭୁଜାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ସେ ଖଣ୍ଡଗିରି ଥାନା ଅଞ୍ଚଳର ଏକ ହଷ୍ଟେଲରେ ରହୁଥିଲେ । କିଛି ଦିନ ହେଲା ସେ ଫିଡ୍ସ ରୋଗରେ ପୀଡିତ ଥିଲେ । ଭଲ ହେବା ପାଇଁ ମେଡିସିନ ମଧ୍ୟ ଖାଉଥିଲେ । କିନ୍ତୁ ରୋଗ କଷ୍ଟରୁ ମୁକ୍ତି ପାଇପାରୁନଥିଲେ ଯୁବତୀ ଜଣଙ୍କ । ରୋଗ କଷ୍ଟରେ ଜର୍ଜରିତ ହୋଇ ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ସେ ରହୁଥିବା ହଷ୍ଟେଲରେ ଶେଷରେ ରୋଗ କଷ୍ଟରୁ ମୁକ୍ତି ପାଇଁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ।