ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ 12 ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖାଯାଇଛି । ଜନୈକ ଯୁବତୀଙ୍କୁ ଜଣେ ଠିକାଦାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୁକ୍ତ ଯୁବକ ନାସିରକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ଅଭିଯୁକ୍ତ ଠିକାଦାର ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ଏଠାରେ ରହି ଠିକାରେ ଘର ନିର୍ମାଣ କରୁଥିବା ଜଣାପଡ଼ିଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ପ୍ରାୟ 10ରୁ 12 ବର୍ଷ ଧରି ମାଉସୀ ଘରେ ରହୁଥିଲେ । ସେଠାରେ ରହି ସେ ଅନ୍ୟ ଘରେ କାମ କରନ୍ତି । ତେବେ ସେ 12 ନମ୍ବର ୱାର୍ଡରେ ଏକ ସରକାରୀ ଜମି ଜବରଦଖଲ କରିଥିଲେ । ମାତ୍ର ଉକ୍ତ ଜମି ଉପରେ ଘର ତୋଳିବାକୁ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଏହାର ସୁଯୋଗ ନେଇ ସେଠାରେ ବସବାସ କରୁଥିବା ଜଣେ ମହିଳା ଜବର ଦଖଲ ଜମିକୁ ଭାଗ କରିବାକୁ କହିଥିଲା । ଏହାପରେ ସେ ଅଧା ଜମିରେ ସମ୍ପୃକ୍ତ ମହିଳାଙ୍କ ଘରେ ରହୁଥିବା ଠିକାଦାର ନାସିର ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଘର ତୋଳିବାକୁ କହିଥିଲା । ଏହାସହ ବଳକା ଜମି ଉପରେ ପୀଡ଼ାତାଙ୍କ ପାଇଁ ମଧ୍ୟ ଘର ତୋଳିବାକୁ ଟଙ୍କା ଦେବାକୁ କହିଥିଲା ।