ଓଡିଶା

odisha

ETV Bharat / state

ଘନକୁହୁଡି ନେଇ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ରାଜ୍ୟର 9ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢନ୍ତୁ...

Yellow warnings issued for 9 districts due to heavy fog
ଘନ କୁହୁଡି ନେଇ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

By

Published : Dec 12, 2020, 8:02 PM IST

ଭୁବନେଶ୍ବର: ରାଜ୍ୟରେ ଶୀତ ବଢିବା ସହିତ ଘନ କୁହୁଡି ମଧ୍ୟ ଦେଖାଯାଉଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ 9ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଘନ କୁହୁଡି ନେଇ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଶୀତ ଲହରୀ ବଢିବା ସହିତ ଘନ କୁହୁଡି ମଧ୍ୟ ବୃଦ୍ଧି ପାଉଛି । ଘନକୁହୁଡି ଯୋଗୁଁ ଦୃଶ୍ୟମାନ ଶକ୍ତି ହ୍ରାସ ପାଉଥିବାରୁ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାରେ ଘନ କୁହୁଡି ଲାଗି ରହିବ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।

ଭୁବନେଶ୍ବରରେ ଆକାଶ ସ୍ବଚ୍ଛ ରହିବ ଏବଂ 17 ଡିଗ୍ରୀ ତାପମାତ୍ରା ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ବରରେ ସକାଳ ସମୟରେ ସ୍ବଳ୍ପ କୁହୁଡି ଦେଖାଯିବ। ଗତ 24 ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ 9.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 12ରୁ 15 ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ, ଉପକୂଳରେ 16ରୁ 18 ଡିଗ୍ରୀ ତାପମାତ୍ରା ରହିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details