ଓଡିଶା

odisha

ETV Bharat / state

ଥଣ୍ଡାରେ ଥରୁଛି ଉପକୂଳରୁ ଉପାନ୍ତ, ଆସନ୍ତା ୨ଦିନ ଯାଏଁ ଘନ କୁହୁଡି ! - ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

Dense fog in Odisha: ରାଜ୍ୟ ଥଣ୍ଡା ସାଙ୍ଗକୁ ପଡୁଛି ଘନ କୁହୁଡ଼ି । ୨୧ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Dense fog in Odisha
Dense fog in Odisha

By ETV Bharat Odisha Team

Published : Dec 25, 2023, 7:31 PM IST

ଆସନ୍ତା ୨ଦିନ ଯାଏଁ ଘନ କୁହୁଡି

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲେ ସୁଦ୍ଧା ଥଣ୍ଡାରେ ଥରୁଛି ଉପକୂଳରୁ ଉପାନ୍ତ । ରାଜ୍ୟରେ ଘନ କୁହୁଡି ସହ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨ଦିନ ଯାଏଁ ଅର୍ଥାତ ଡିସେମ୍ବର ୨୭ ତାରିଖ ଯାଏଁ ଘନ କୁହୁଡି ସମ୍ଭାବନା ରହିଥିବାରୁ ରାଜ୍ୟର ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୦୦ ମିଟର ଘନ କୁହୁଡି ଦୃଶ୍ୟମାନ ସହ ସତର୍କତାର ସହ ଏହି ସମୟରେ ଯାତ୍ରା ପାଇଁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ବି ପଢନ୍ତୁ- ପାଣିପାଗ ଖବର: ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

ରାଜ୍ୟରେ ଗତ ୨୪ ଘଣ୍ଟାରେ କନ୍ଧମାଳ ଓ ସୁନ୍ଦରଗଡରେ ଘନ କୁହୁଡ଼ି ଯୋଗୁଁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଫୁଲବାଣୀ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ସର୍ଵନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଯଦିଓ ତାପମାତ୍ରାର ପରିମାଣ ପୂର୍ବାପେକ୍ଷା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି ତଥାପି ଶୀତରେ ଥରୁଛି ଓଡ଼ିଶା । ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ଥଣ୍ଡାର ପ୍ରକୋପ ବା ଅନୁଭବ ହେବା ସହ ୨୧ ସହରରେ ଘନ କୁହୁଡିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ବି ପଢନ୍ତୁ- ରାଜ୍ୟରେ ଘନ କୁହୁଡି ପ୍ରଭାବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସେହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ । ତେବେ ୩ ଦିନ ଯାଏଁ ଏଭଳି ପାଗର ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ୭ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାମାନ କରିଛି ବିଭାଗ ।

ସେପଟେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ କିଛି ରାଜ୍ୟରେ ବର୍ଷା ମଧ୍ୟ ଜାରି ରହିଛି । କେରଳ, ତାମିଲନାଡୁ, ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର-ପୂର୍ବ ଜଳବାୟୁ ଯୋଗୁଁ ଏହି ବର୍ଷା ହେଉଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତରେ କିଛି ଅଞ୍ଚଳରେ ଅଦିନିଆ ବର୍ଷା ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details