ଓଡିଶା

odisha

By

Published : Aug 12, 2021, 2:38 PM IST

ETV Bharat / state

ମିଳୁନି ପକ୍କାଘର, ଭଙ୍ଗା ଘରେ ଯଶୋଦାଙ୍କ ପରିବାର

ଭଙ୍ଗା ଦଦରା ଘର, ମୁଣ୍ଡ ପାଇଁ ଛାତ ପାଲଟିଛି ଛିଣ୍ଡା ପଲିଥିନି । କେଉଁଠି କାନ୍ଥ ଫାଟି ଆଁ କରିଛି ତ ପୁଣି କେଉଁଠି, କାନ୍ଥ ନଇଁ ଗଲାଣି । ଦିନରେ ଖରା ଓ ରାତିରେ ସୂର୍ଯ୍ୟ ଦେଖାଯାଉଛି ଏହି ଘର ଭିତରେ । ପୁଣି ବର୍ଷା ହେଲେ କଥା ସରିଲା । ନିଜ ଭାଗ୍ୟକୁ ଆଦରି ଏହି ଭଙ୍ଗାଘରେ ରହୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଗୋବିନ୍ଦପୁର ଗାଁର ଯଶୋଦାଙ୍କ ପରିବାର । ଅଧିକ ପଢନ୍ତୁ...

ମିଳୁନି ପକ୍କାଘର, ଭଙ୍ଗା ଘରେ ବିତୁଛି ଯଶୋଦାଙ୍କ ପରିବାର
ମିଳୁନି ପକ୍କାଘର, ଭଙ୍ଗା ଘରେ ବିତୁଛି ଯଶୋଦାଙ୍କ ପରିବାର

ଖୋର୍ଦ୍ଧା: ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି ୪ ପ୍ରାଣୀଙ୍କ ଜୀବନ । ଘରର କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ଖରା ଓ ରାତିରେ ସୂର୍ଯ୍ୟ ଦେଖାଯାଉଛି ଏହି ଘର ଭିତରେ । ବର୍ଷା ଓ ଖରାଦିନ କଥା ନକହିବା ଭଲ । ବର୍ଷା ହେଲେ ବାର ଦୁଆରେ ଆଶ୍ରୟ ନେଉଛନ୍ତି ପୁରା ପରିବାର । ଆସହାୟଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତସପନ । ଫଳରେ ନିଜ ଭାଗ୍ୟକୁ ଆଦରି ଭଙ୍ଗାଘରେ ରହୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଗୋବିନ୍ଦପୁର ଗାଁର ଯଶୋଦାଙ୍କ ପରିବାର ।କେତେବେଳେ ଯେ ଘର ଭାଙ୍ଗି ଜୀବନ ଚାଲିଯିବ ତାହା କାହାକୁବି ଜଣାନାହିଁ ।

ମିଳୁନି ପକ୍କାଘର, ଭଙ୍ଗା ଘରେ ବିତୁଛି ଯଶୋଦାଙ୍କ ପରିବାର

ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ନିଜର ୨ ପିଲା ଓ ସ୍ବାମୀଙ୍କ ସହ ଏଠାରେ ଦିନ କଟାଉଛନ୍ତି ଯଶୋଦା । ଯେଉଁଠି ଖାଇବା ପୁଣି ସେଇଠି ଶୋଇବା । ହେଲେ ଦୁଃଖ ଶୁଣୁଛି ବା କିଏ । ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ଆବାସ ଯୋଜନା ଏମାନଙ୍କ ପାଇଁ ଉପହାସ ପାଲଟିଛି । ସରକାରଙ୍କ ଘର ଖଣ୍ଡିଏ ପାଇଁ ଦଶ ବର୍ଷ ହେବ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ଏବେ ନୟାନ୍ତ ହେଲେଣି ହେଲେ ହେଲେ ନା ମିଳୁଛି ଘର , ନା ସରୁଛି ଦୁଃଖ ।

ଯଶୋଦାଙ୍କ ସ୍ବାମୀ ବିଜୟ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ କୋରୋନା ସାଜିଲା ଦାଉ । ଶେଷରେ ସୁରଟରୁ ଆସି ଏବେ ଗାଁରେ କାମ କରୁଥିବା ବେଳେ ଯଶୋଦା ପରଘରେ କାମ କରି ପରିବାର ଚଳାଉଛନ୍ତି । ଆଉ ଭଙ୍ଗା ଘର ସଜାଡିବା ପାଇଁ ବ୍ଲକ ଦୁଆର ଦୌଡି ଦୌଡି ଏବେ ନିରାଶ । ନା ମିଳୁଛି ଘର ନା ଘର ମରାମତି ପାଇଁ ଟିକିଏ ସହାୟତା ମିଳୁଛି । ଯଶୋଦାଙ୍କୁ ଘର ଖଣ୍ଡିଏ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ବ୍ଲକ ପ୍ରଶାସନ କିନ୍ତୁ ନୀରବ ।

ଦିନକୁ ଦୁଇ ଓଳି ଦୁଇ ମୁଠା ଖାଇବା ଯେଉଁଠି କଷ୍ଟ କର ସେଠାରେ ଘର ସଜାଡିବା ପାଇଁ ଟଙ୍କା ଆସିବା ବା କେଉଁଠୁ । ଘର ଖଣ୍ଡିଏ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ବ୍ଲକ ପ୍ରଶାସନ କିନ୍ତୁ ନୀରବ । ସେପଟେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦୁଃଖ କାହାଣୀ ଜଣାଇବା ପରେ ସେ ତଦନ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଯଶେଦାଙ୍କୁ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details