ଭୁବନେଶ୍ବର : ବ୍ଲାକ୍ ଈଗଲ୍ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଲେଖିକା ଅନାମିକା ଦାସଙ୍କ ଅବୁଝା ଏ ମନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ସ୍କାଉଟ ଗାଇଡ୍ କାର୍ଯ୍ୟାଳୟ ପରିସରରେ ଏହି ପୁସ୍ତକର ଉନ୍ମୋଚନ ହୋଇଥିଲା । ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସଦସ୍ୟ ତଥା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ. ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡସର କମିଶନର କାଳି ପ୍ରସାଦ ମିଶ୍ର, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରଗତିବାଦୀବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।