ଭୁବନେଶ୍ବର: ଆଜି ବିଶ୍ୱ ନାଟକ ଦିବସ। ନାଟକର ଅସ୍ତିତ୍ବକୁ ବଞ୍ଚାଇ ରଖିବା ପାଇଁ ସରା ବିଶ୍ବରେ ଆଜି ନାଟକ ଦିବସ ପାଳନ କରାଯାଏ । ଦୁନିଆ ବଦଳିବା ସହ ବଦଳିଛି ଲୋକଙ୍କ ପସନ୍ଦ। ନାଟକ ପ୍ରତି ଲୋକଙ୍କର ଆଗ୍ରହ କମିବାରେ ଲାଗିଛି । ତେଣୁ ନାଟକ ପ୍ରତି ଲୋକଙ୍କର ଆଗ୍ରହକୁ ଜାଗ୍ରତ କରିବା ପାଇଁ ଓଡିଶା ନାଟ୍ୟକାର ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ।
ନାଟକ ହେଉଛି ସମାଜର ଏକ ନିରନ୍ତର ପ୍ରତିଛବି । ସମାଜରେ ଘଟୁଥିବା ବା ଘଟି ଯାଇଥିବା ଘଟଣାବଳୀକୁ ସିଧାସଳଖ ଭାବେ ଆମେ ନାଟକ ମାଧ୍ୟମରେ ଦେଖିଥାଉ । ନାଟକ ଦିବସରେ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ କଳାକାର ଧୀର ମଲ୍ଲିକ କହିଛନ୍ତି ନାଟକ ମାଧ୍ୟମରେ ସମାଜର ପ୍ରତିଛବି ପ୍ରକାଶ ପାଇଥାଏ ଏହା ମଣିଷକୁ ଶୃଙ୍ଖଳିତ, ପରିମାର୍ଜିତ ଓ ଭଦ୍ର କରିଥାଏ । ତେଣୁ ନାଟକକୁ ପ୍ରୋତ୍ସାହନ ଦେବା ମନେ ପକାଇବା ଓ ନାଟକ ପ୍ରତି ଶ୍ରଦ୍ଧା ଜାଗ୍ରତ କରିବା ପାଇଁ ଆମେ ନାଟକ ଦିବସ ପାଳନ କରୁଛୁ । ବର୍ତ୍ତମାନ ନାଟକର ପୃଷ୍ଠ ପୋଷକତା ବଦଳିଲାଣି ଅଧିକରୁ ଅଧିକ ନାଟକ ଓଡ଼ିଶାରେ ହେଉଛି । ଏହାକୁ ନେଇ ଓଡିଶା ଏବେ ନାଟକର ହବ୍ ପାଲଟିଲାଣି । ରାଜ୍ୟର ବିଭିନ୍ନ ସହର ଯେପରିକି ଭୁବନେଶ୍ୱର, ଢେଙ୍କାନାଳ, ରାଉଲକେଲା, ପୁରୀ, ପାରାଦୀପ, ସମ୍ବଲପୁର, କଟକ, ବାଲେଶ୍ୱରରେ ଅଧିକରୁ ଅଧିକ ନାଟକ ଦେଖିବାକୁ ମିଳିଛି ।