ଭୁବନେଶ୍ବର: ରାଜଧାନୀରେ ପାଳନ ହୋଇଯାଇଛି ବିଶ୍ବ ଫିଜିଓଥେରାପି ଦିବସ । ଏଥିରେ ଭାଗ ନେଇଛନ୍ତି ଶହ ଶହ ଫିଜିଓଥେରାପି ଛାତ୍ରଛାତ୍ରୀ । ଭୁବନେଶ୍ବର ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ଫିଜିଓଥେରାପି ବିଷୟରେ ସଚେତନ କରାଇଛନ୍ତି ।
କେବଳ ଔଷଧ ନୁହେଁ, ରୋଗକୁ ମୂଳପୋଛ କରିବ ଫିଜିଓଥେରାପି - ସେପ୍ଟେମ୍ବର 8 ବିଶ୍ବ ଫିଜିଓଥେରାପି ଦିବସ
ଆଜି ହେଉଛି ବିଶ୍ବ ଫିଜିଓଥେରାପି ଦିବସ । ଏହି ଅବସରରେ ଶହ ଶହ ଫିଜିଓଥେରାପି ଛାତ୍ରଛାତ୍ରୀ ଭୁବନେଶ୍ବର ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ଫିଜିଓଥେରାପି ବିଷୟରେ ସଚେତନ କରାଇଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ପ୍ରତ୍ୟେକ ବର୍ଷ 1996ରୁ ସେପ୍ଟେମ୍ବର 8କୁ ବିଶ୍ବ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଏ । ଏବେ ବି ଅନେକ ରୋଗ ଅଛି, ଯାହା ଔଷଧ ନୁହେଁ ଫିଜିଓଥେରାପି ଦ୍ବାରା ମୂଳପୋଛ କରିହେବ ବୋଲି ଛାତ୍ରଛାତ୍ରୀ ରାଜଧାନୀବାସୀଙ୍କୁ ଅବଗତ କରାଇଛନ୍ତି । ଏହି ଶୋଭାଯାତ୍ରାରେ ମହିଳା କ୍ରିକେଟ ଦଳର ବୋଲର ରୋଶନାରା ପରବିନ, ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ