ଖୋର୍ଦ୍ଧା: କୋରୋନରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ଇଷ୍ଟଦେବୀ ମା ବିମଳାକ୍ଷୀଙ୍କ ପୀଠରେ କରୋନା ଦୂରାରୋଗ୍ୟରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଜଳଯାତ୍ରାରେ ମଙ୍ଗଳ ଘଟ ଯଜ୍ଞ ବେଦିକୁ ଆସିବା ପରେ ବ୍ରାହ୍ମଣ ମାନଙ୍କ ଦ୍ଵାରା ଯଜ୍ଞ ବେଦୀରେ ପୂଜାର୍ଚ୍ଚନା କରିବା ପରେ ଯଜ୍ଞ କୁଣ୍ଡରେ ଚଣ୍ଡୀ ଓ ଭାଗବତଗୀତା ଶ୍ଳୋକ ପାଠ କରାଯାଇ ଆହୁତି ଦିଆଯାଇଥିଲା ।
କରୋନାରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ - World Peace ceremony for corona
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ଇଷ୍ଟଦେବୀ ମା ବିମଳାକ୍ଷୀଙ୍କ ପୀଠରେ କୋରୋନରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ । ଆହୁରି ପଢନ୍ତୁ...
![କରୋନାରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ World Peace ceremony for corona](https://etvbharatimages.akamaized.net/etvbharat/prod-images/768-512-6446303-thumbnail-3x2-corona.jpg)
କରୋନରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ
କରୋନରୁ ମୁକ୍ତି ପାଇଁ ବିଶ୍ବଶାନ୍ତି ମହାଯଜ୍ଞ
ପରେ ଭକ୍ତମାନଙ୍କ ଉପସ୍ଥିତରେ ବ୍ରାହ୍ମଣମାନଙ୍କ ଦ୍ବାରା ପୂର୍ଣ୍ଣାହୁତି ସମାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ