ଭୁବନେଶ୍ବର: ତମାଖୁ ସେବନ ରୋକିବା ଲାଗି ଜନସ୍ବାସ୍ଥ୍ୟ ଉନ୍ନତି ପରାମର୍ଶ କର୍ମଶାଳା ଆୟୋଜିତ । ସାମାଜିକ ଅନୁଷ୍ଠାନ ପିକକ ତରଫରୁ ତମାଖୁ ନିରୋଧ ଅଭିଯାନ । ରାଜ୍ୟ ତଥା ରାଜ୍ୟ ବାହରର ବିଶେଷଜ୍ଞ ଡାକ୍ତରଙ୍କର ତମାଖୁ ହ୍ରାସ ଉପରେ ମତ । ଆଜିର ଯୁବପିଢ଼ିଙ୍କ ପାଇଁ ତମାଖୁ ଓ ମଦ୍ୟ ପାନକୁ ସଉକ ଭାବରେ ଗ୍ରହଣ କରୁଛନ୍ତି । ତେବେ ତାର କୁପ୍ରଭାବ ବିଷୟରେ ଅବଗତ କରାଇବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା ।
ପିକକ ସହଭାଗିତାରେ ରାଜ୍ୟ ତଥା ରାଜ୍ୟ ବାହରର ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ତମାଖୁ ହ୍ରାସ ଉପରେ ମତ ରଖିଥିଲେ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ହେତୁ ୧୩.୫ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥାଏ । ଭାରତରେ ଗ୍ଲୋବାଲ୍ ଆଡଲ୍ଟ ତମାଖୁ ସର୍ଭେ-ଇଣ୍ଡିଆ ଅନୁଯାୟୀ ପ୍ରାୟ ୨୭ କୋଟି ବୟସ୍କ ବ୍ୟକ୍ତି ତମାଖୁର ବ୍ୟବହାର କରନ୍ତି । ଏହି କ୍ରମରେ ଓଡିଶା ଗ୍ଳୋବାଲ୍ ଆଡଲ୍ଟ ତମାଖୁ ସର୍ଭେ-ଇଣ୍ଡିଆ ଅନୁଯାୟୀ, ୫୭.୬% ପୁରୁଷ, ୩୩.୬% ମହିଳା ଏବଂ ୪୫.୬% ବୟସ୍କ ତମାଖୁ ସେବନ କରିଥାନ୍ତି । ତେଣୁ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କୁ ରେଭିନ୍ବୁ କଲେକ୍ସନ ପାଇଁ ନୁହେଁ ମଣିଷର ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ଭାରତ ବର୍ଷର ଭବିଷ୍ୟତକୁ ନେଇ ତମାଖୁ ବର୍ଜନ ଉପରେ କାର୍ଯ୍ୟ କରିବାକୁ ପଡିବ । ଜୀବନର ମହତ୍ତ୍ବକୁ ବୁଝି ମଣିଷ ତମାଖୁ ସେବନ ପ୍ରତି ସଜାଗ ରହିଲେ ମୃତ୍ୟୁକୁ ରୋକିବା ଉପରେ ଚର୍ଚ୍ଚା କରାଗଲା ।
ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଝାଡାବାନ୍ତି ଆତଙ୍କ; ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ସ୍ବାସ୍ଥ୍ୟ ସଚିବ