ଓଡିଶା

odisha

By

Published : Apr 25, 2023, 8:13 AM IST

ETV Bharat / state

ପଟା ପାଇଁ ଆମରଣ ଅନଶନରେ ବସିଲେ ମହିଳା

ବାରମ୍ବାର ତହସିଲରେ ଆବେଦନ ପରେ ମଧ୍ୟ ଜମିପଟା ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଲେ ମହିଳା ଓ ତାଙ୍କ ପରିବାର। ଅଧିକ ପଢନ୍ତୁ

women protest
women protest

women protest

ଖୋର୍ଦ୍ଧା:ପଟା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ବାରମ୍ବାର ତହସିଲରେ ଆବେଦନ ପରେ ମଧ୍ୟ ଜମିପଟା ନମିଳିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଲେ ମହିଳା ଓ ତାଙ୍କ ପରିବାର । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ।

ଏହା ମଧ୍ୟ ପଢନ୍ତୁ-ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲର କୋଟପଲା ଅଞ୍ଚଳର ସସ୍ମିତା ମାଝି ବୋଲଗଡ ମୌଜାରେ ଥିବା ଖାତା ନଂ 1177/292ର ପ୍ଲଟ ନଂ 596 / 2618ରେ ଥିବା 0.163 ଡିସିମିଲରୁ 0.75 ଡିସମିଲ କ୍ରୟ କରିଥିଲେ ଏବଂ ଏହା ଦଖଲରେ ରହିଛନ୍ତି । କିନ୍ତୁ ଏହାର ମ୍ୟୁଟେସନ ପଟା ପାଇଁ ବାରମ୍ବାର ବୋଲଗଡ଼ ତହସିଲରେ ଆବେଦନ କଲେ ମଧ୍ୟ ଏହାକୁ ଖାରଜ କରି ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରିକି 4 ଥର ମ୍ୟୁଟେସନ ପାଇଁ ଆବେଦନ କରି ନିରାଶ ହୋଇଥିବା କହିଛନ୍ତି ସସ୍ମିତା ।

ପୂର୍ବରୁ ଏ ସମ୍ପର୍କରେ ଫେବୃଆରୀ ମାସରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ଭେଟି ମ୍ୟୁଟେସନ ଓ ଡିମାର୍କେସନ ପାଇଁ ଅଭିଯୋଗ କରଥିଲେ ଏବଂ ସାତଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । ସେହିପରି ସସ୍ମିତା କ୍ରୟ କରିଥିବା ଜାଗା କଡ଼ରେ ଥିବା ବନ୍ଧକୁ ଖୋଳି ଏହାର ମାଟିକୁ ସସ୍ମିତାଙ୍କ ଯାଗାରେ ପକାଇବା ସହ ବନ୍ଧ ହୁଡା ନିର୍ମାଣ କରିବା ସହ ମାନସିକ ସ୍ତରରେ ଚାପ ପକା ପକା ଯାଉଥିବା ଅଭିଯୋଗ ହୋଇଛି । ଏନେଇ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଲିଖିତ ଜଣାଇ ନିରାଶ ହେବାପରେ ଆମରଣ ଅନଶନରେ ବସିଥିବା କଥା କହିଛନ୍ତି ସସ୍ମିତା ।

ଏହା ମଧ୍ୟ ପଢନ୍ତୁ- ଟିକେଟ କନ୍ଦଳ, ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ହାତିହାତି ହେଲେ ବିଜେପି ନେତା

ଏ ସମ୍ପର୍କରେ ଗତ 15 ତାରିଖରେ ଜିଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ନିଜ ପରିବାର ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ସେପଟେ ଖରାରେ ଆମରଣ ଅନଶନ କରିବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏନେଇ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ମହିଳାଙ୍କୁ ପ୍ରତିଶୃତି ଦେବା ପରେ ଅନଶନରୁ ଉଠିଥିବା ସୂଚନା ମିଳିଛି ।

ଇଟିଭି ଭାରତ , ଖୋର୍ଦ୍ଧା

ABOUT THE AUTHOR

...view details