ଓଡିଶା

odisha

ETV Bharat / state

SHG ଟଙ୍କା ଆତ୍ମସାତ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା - Khorda Collector

ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଟଙ୍କା ଲୁଟ୍ କରିଥିବା ନେଇ ବ୍ଲକ୍ ଠାରୁ ଆରମ୍ଭ କରି ପୋଲିସ ଓ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇଥିଲେ ସୁଦ୍ଧା ମିଳୁନି ସୁଫଳ । ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ SHG ମହିଳା । ଅଧିକ ପଢନ୍ତୁ...

SHG ଗ୍ରୁପ ଟଙ୍କା ଆତ୍ମସାତ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
SHG ଗ୍ରୁପ ଟଙ୍କା ଆତ୍ମସାତ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

By

Published : Jul 20, 2021, 7:17 AM IST

ଖୋର୍ଦ୍ଧା:SHG ମହିଳାଙ୍କ ଟଙ୍କା ଲୁଟ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଗୋତଳବିନ୍ଧା ଗ୍ରାମରେ ଥିବା ଓମ ଶାନ୍ତି ସ୍ୱଂୟ ସହାୟକ ଗୋଷ୍ଠୀରେ ଲୋନ୍ ଟଙ୍କା ହେର୍‌ଫେର ନେଇଛି ହୋଇଛି ଅଭିଯୋଗ । ଗ୍ରୁପର ବର୍ତ୍ତମାନର ସଭାନେତ୍ରୀ ଓ ସମ୍ପାଦିକା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସରକାରଙ୍କ ମିଶନ ଶକ୍ତି ଜରିଆରେ ମିଳିଥିବା ଲୋନ ଟଙ୍କାରେ ପୂର୍ବତନ ସଭାନେତ୍ରୀ ଓ ସମ୍ପାଦିକା ହେର୍‌ଫେର କରି ପ୍ରାୟ ୪ ଲକ୍ଷ ଟଙ୍କା ହଡପ କରି ନେଇଛନ୍ତି ।

SHG ଗ୍ରୁପ ଟଙ୍କା ଆତ୍ମସାତ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ସେହିପରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ମଧ୍ୟ ଲୋନର ସମସ୍ତ ତଥ୍ୟ ଦେଉନଥିବାର ଅଭିଯୋଗ ହୋଇଛି । ଏପରିକି ବ୍ଲକରେ ସେମାନଙ୍କୁ ସହଯୋଗ ନ କରିବାରୁ ସେମାନେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଥାନାରେ ସେମାନଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ସେମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ପୁର୍ନବାର ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ଓମ ଶାନ୍ତି ସ୍ୱଂୟ ସହାୟକ ଗୋଷ୍ଠୀରେ ହୋଇଥିବା ଅର୍ଥ ହେରଫେର ଘଟଣାର ସରକାରୀ ଅଡିଟ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ଜିଲ୍ଲା ଡିଏସ୍‌ଡବ୍ଲ୍ୟୁଙ୍କୁ ଦେଇଥିବାର ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details