ଖୋର୍ଦ୍ଧା: ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ । ଆଉ ଏହି ଘଟଣା ସାତ ଜନ୍ମ ପାଇଁ ସାଥି ହୋଇଥିବା ସ୍ତ୍ରୀଙ୍କୁ ଗଭୀର ଭାବେ ମାନସିକ ଆଘାତ ଦେଇଥିଲା । ସ୍ବାମୀ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଲେ ସ୍ତ୍ରୀ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବେଣାଗାଡିଆ ଗ୍ରାମରେ ।
ସୂଚନା ଅନୁଯାୟୀ, ବେଣାଗାଡିଆ ଗ୍ରାମର ଗୋକୁଳ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଅନିନ୍ଦିତା ସୁବୁଦ୍ଧି ଦୁଇ ଝିଅଙ୍କ ସହ ରାଜସୁନାଖଳାରେ ଘର କରି ହସଖୁସିରେ ଚଳୁଥିଲେ । ରାଜସୁନାଖଳା ବଜାରରେ ତାଙ୍କର ଏକ ଇଲେକ୍ଟ୍ରୋନିକ ଦୋକାନ ଥିଲା । ଦୀପାବଳି ଦିନ ସନ୍ଧ୍ୟାରେ ଗୋକୁଳ ଦୋକାନକୁ ଯିବା ବାଟରେ ଅଜଣା ଗାଡି ଧକ୍କାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗୋକୁଳଙ୍କ ମୃତ୍ୟୁ ପରେ ପରିବାର ଲୋକେ ନିଜ ପୈତୃକ ଗ୍ରାମ ବେଣାଗାଡିଆ ଠାରେ ଶୁଦ୍ଧିକ୍ରିୟା ଆରମ୍ଭ କରିଥିଲେ । ହେଲେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ଅନିନ୍ଦିତା ନିଜ ସାଥୀକୁ ହରାଇ ଭାଙ୍ଗି ପଡିଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ ହାରିଥିବା ପରିବାର ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲରେ ଲେଖା ହୋଇଛି ମୃତ୍ୟୁର କାରଣ