ଖୋର୍ଦ୍ଧା: ଏମିତି ବି ଆସେ ମୃତ୍ୟୁ। ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏହି ପବିତ୍ର ମାସରେ ପୂଜା ଓ ଉପାସନା ପାଇଁ ଆବଶ୍ୟକ ହୋଇଥାଏ ଫୁଲ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଫୁଲ ପାଇଁ ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ହେଲେ ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ଜୟନ୍ତୀ ମଙ୍ଗରାଜ ।
ଫୁଲ ତୋଳିବାକୁ ଯାଇ ମହିଳା ମୃତ
ପୂଜା ଓ ଉପାସନା ପାଇଁ ଆବଶ୍ୟକ ହୋଇଥାଏ ଫୁଲ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଫୁଲ ପାଇଁ ଜଣେ ମହିଳାଙ୍କ ଜୀବନ ଯାଇଛି । ଘଟଣା ଘଟିଛି ଖୋର୍ଦ୍ଧାର ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାଉତପଡା ଗ୍ରାମରେ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା
ସୂଚନା ଅନୁଯାୟୀ ଜୟନ୍ତୀ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ଅନ୍ଧାରରେ, ଝୁଲିଥିବା ବିଦ୍ୟୁତ ତାରକୁ ଧରି ପକାଇଥିଲେ । ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ